ରାଇବଣିଆ ଗଡ ସୁରକ୍ଷା ଓ ଆଞ୍ଚଳିକ ଉନ୍ନୟନ ପରିଷଦର ନୂତନ କର୍ମକର୍ତ୍ତା ଚୟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଇତିହାସ ପ୍ରସିଦ୍ଧ ରାଇବଣିଆ ଗଡ ଓ ତାହାର ଆଖପାଖ ଅଂଚଳର ସୁରକ୍ଷା ଓ ବିକାଶ ପାଇଁ ଦୀର୍ଘ ୧୫ବର୍ଷ ତଳେ ରାଇବଣିଆ ଗଡ ସୁରକ୍ଷା ଓ ଆଂଚଳିକ ଉନ୍ନୟନ ପରିଷଦ ଗଠିତ ହୋଇଥିଲା । ତାହାର ସଭାପତିରୂପେ ଅବସରପ୍ରାପ୍ତ ଶିକ୍ଷକ ଅନନ୍ତ କୁମାର ଘୋଷ ଦୀର୍ଘଦିନ ଧରି କାର୍ଯ୍ୟ ଚଳାଇ ଆସୁଥିବା ବେଳେ ତାଙ୍କର ନିକଟରେ ଆକସ୍ମିକ ବିୟୋଗ ହେତୁ ଏକ ନୂତନ କମିଟି ଗଠନ ପାଇଁ ଏକ ବୈଠକ ରାଇବଣିଆଠାରେ ଆହୁତ ହୋଇଥିଲା । ସଂପାଦକ ତଥା ରାଇବଣିଆ ଗଡର ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପ୍ରାରମ୍ଭରେ ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା ତତ୍ ସଂଗେ ସଂଗେ ପରିଷଦର ସଭାପତି ଅନନ୍ତ କୁମାର ଘୋଷ ଓ ସଦସ୍ୟ ଅମୂଲ୍ୟ ରତନ ରାଉତଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହାର ପୂର୍ଣ୍ଣାଙ୍ଗ କର୍ମକର୍ତ୍ତା ମନୋନୟନରେ ସଭାପତିଭାବେ ପ୍ରଫୁଲ୍ଲ କୁମାର ସୁର, କାର୍ଯ୍ୟକାରୀ ସଭାପତିଭାବେ ନୃସିଂହ ଚରଣ ଦାସମହାପାତ୍ର, ସଂପାଦକ ରୂପେ ଡ. ଶୀକାନ୍ତ ଚରଣ ପାତ୍ର, ସହସଂପାଦକ ଭାବେ ନାରାୟଣ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଭାବେ ଆଦିକନ୍ଦ ଦାସ ପ୍ରମୁଖ ସର୍ବସମ୍ମୁତକ୍ରମେ ମନୋନୀତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ମୟ କୁମାର ଘୋଷ, ଚନ୍ମୟ କୁମାର ଦାସ, ଦିଗାମ୍ବର ଦାସ, ବସନ୍ତ ଘୋଷ, ପ୍ରଦୀପ ଦଳାଇ, ହେମନ୍ତ ଘୋଷ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟଭାବେ ମନୋନୀନ ହୋଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା