ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ ଏବଂ ହାତୀଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବାଗବୁଡା ଗାଁରେ ଝାଡାବାନ୍ତି ବ୍ୟାପୁଥିବାର ଖବର ମିଳିଛି । ଏହି ଗାଁର କାଙ୍ଗାଳୀ ଚରଣ ଜେନାଙ୍କ ଘରେ ଅରନ୍ଧ କାର୍ଯ୍ୟକ୍ରମ ଥିବାରୁ ପରିବାର ଓ ଉପସ୍ଥିତ ବଂଧୁବାନ୍ଧବ ସାମିଲ ହୋଇଥିଲେ । କିନ୍ତୁ ସେହିଦିନ କାଙ୍ଗାଳୀ ଚରଣ ଜେନାଙ୍କୁ ଝାଡାବାନ୍ତି ହେବାରୁ ସେ ହାତୀଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି । ଆଜି ମଧ୍ୟ ସେ, ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଜେନା, ନାତୁଣୀ ମାନସୀ ଓ ତାପସୀ, ୧୦ମାସର ଶିଶୁ ଏହି ରୋଗରେ ପିଡିତ ଥିବା ଜଣାଯାଇଛି । ଏପରିକି କେତେକ ବଂଧୁବାନ୍ଧବଙ୍କୁ ବ୍ୟାପିଥିବାର ସୂଚନା ମିଳିଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା