ରାଉରକେଲା ଶ୍ରୀଅରବିନ୍ଦ ସ୍କୁଲରେ ହିନ୍ଦୀ ଦିବସ ପାଳନ

ରାଉରକେଲା(ସମୃଦ୍ଧଓଡିଶା)ସେକ୍ଟର ୫ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଶତପଥୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ ଆରଏସପି ର ମହାପ୍ରବନ୍ଧକ ଅରୁପ କୁମାର ସୁବୁଦ୍ଧି ଅତିଥି ଭାବେ ଯୋଗଦେଇ ହିନ୍ଦୀ ଦିବସ ପାଳନ ର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରୀ କବିତା ଓ କିରଣ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ଶ୍ରୀମତୀ ଶତପଥୀ ସଭାପତିତ୍ବ ଅଭିଭାଷଣ ରେ କହିଲେ ଯେ ହିନ୍ଦୀ ରାଷ୍ଟ୍ର ଭାଷା ଅଟେ। ଏହି ଭାଷା ଦ୍ବାରା ସମସ୍ତେ ସମସ୍ତଙ୍କ ସହ ଯୋଡ଼ି ହୋଇ ପାରୁଛନ୍ତି। ଏଥିପାଇଁ ସେପ୍ଟେମ୍ବର ୧୪ ତାରିଖକୁ ସମ୍ବିଧାନ ରାଷ୍ଟ୍ରିୟ ଭାଷାର ମାନ୍ୟତା ଦେଇଛି। ଏହି ଅବସରରେ ଛାତ୍ରୀ ଶ୍ରେୟାଂଶୀ ଶତପଥୀ,ସାଦ୍ୟା ପରମିତ୍, ଲକି ସିଂ,ଆରଫା ପରବିନ୍ ହିନ୍ଦୀ ଭାଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅତିଥି ଶ୍ରୀ ସୁବୁଦ୍ଧି ସାଧାରଣ ଜ୍ଞାନ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏହାସହ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ, କବିତା ପାଠ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ବରିଷ୍ଠ ହିନ୍ଦୀ ଶିକ୍ଷୟିତ୍ରୀ ନସରିନ୍ ନିଜାମ୍ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଶେଷରେ ସ୍ମୃତିରେଖା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରତିଭା ରାଉତ,ଗୀତାରାଣୀ ବେହେରା, କଳ୍ପନା ଚୈ।ଧୁରୀ, ତପସ୍ୱିନୀ କର, ସନ୍ଧ୍ୟାରାଣୀ ଲେଙ୍କା, ଦେବସ୍ମିତା ନାୟକ, ସଂଗୀତା ରଥ,ଡି ଲଳିତା,ଶ୍ରୀଧର ସାହୁ, ଅଞ୍ଜଳି ମହାନ୍ତି, ପୁଷ୍ପାଞ୍ଜଳି ମହାନ୍ତି,ଅରଜିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର