

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଵିପୁଲିଙ୍ଗି ପଞ୍ଚାୟତ ଅନ୍ତର୍ଗତ କରାତଳି ଗ୍ରାମସ୍ଥିତ ଗୋରଡା କ୍ରିକେଟ ଗ୍ରାଉଣ୍ଡରେ ରାକେଶ ମେମୋରିଆଲ ୨୦ତମ ଅନ୍ତଃଜିଲ୍ଲା ଲକ୍ଷ୍ମୀନାରାୟଣ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଯୁବ ସମାଜସେବୀ ହେମନ୍ତ କୁମାର ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଦୀପକ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଭୂବନେଶ୍ଵର କମିସନରେଟ ପୋଲିସ ବିଷ୍ଣୁ ପ୍ରସାଦ ପାତ୍ର, ସମ୍ମାନିତ ଅତିଥି ଭାବେ ଯୁବ ପ୍ରତିଭା ତଥା ସମାଜସେବୀ ସୁଧୀର କୁମାର ପଟ୍ଟନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ନେତା ତଥା ସଙ୍ଗଠକ ଭାଗିରଥି ବେହେରା, କଂଗ୍ରେସ ନେତା ଗଣପତି ବାରିକ, ଵିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ଯୁବନେତା କାଳିଆ ନାହାକ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଉଦଘାଟନୀ ମ୍ୟାଚ ଆଇଆର କଲୋନୀ ଫାଇଟର ଏକାଦଶ ସହ ରଙ୍ଗେଇଲୁଣ୍ଡା ଏକାଦଶ ମୁକାବିଲା ହୋଇଥିଲା । ଏଥିରେ ରଙ୍ଗେଇଲୁଣ୍ଡା ଏକାଦଶ ବିଜୟୀ ହୋଇଥିଲେ । ଅନୁଷ୍ଠିତ ମ୍ୟାଚରେ ଅମ୍ପାୟର ଭାବେ ରାଜେନ୍ଦ୍ର ନାହାକ ଓ ଲୋକନାଥ ପୁରୋହିତ ଖେଳ ପରିଚାଳନା କରିଥିଲେ । ସ୍କୋର ଭାବେ ଟି.ମହେନ୍ଦ୍ର ରେଡ୍ଡୀ ପରିଚାଳନା କରିଥିଲେ । ଏକମାସ ଧରି ଏହି ପ୍ରତିଯୋଗିତା ଚାଲିବ । ଏଥିରେ ୩୨ଗୋଟି ଟିମ ଅଂଶ ଗ୍ରହଣ କରିବେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଭାଗିରଥି ଖୁଣ୍ଟିଆ, ସିଲୁ ମହାରଣା, ଜି.ବନମାଳୀ ରେଡ୍ଡୀ, ବିକାଶ ନାହାକ, ସାନ୍ତୁନୁ ନାହାକଙ୍କ ସମେତ ଏଲ.ଏନ.ସିଟି ସମସ୍ତ ସଭ୍ୟ ଓ କରତାଳି ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


