ରାଜଧାନୀ ପେନସନଭୋଗୀଙ୍କୁ ମିଳିବ ଅତିରିକ୍ତ ୧ ମାସର ଅଧିକ ଭତ୍ତା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାତ୍ୟାରେ ପ୍ରଭାବିତ ହୋଇଥିବା ଭୁବନେଶ୍ୱରବାସୀଙ୍କ ପାଇଁ ସରକାର ଏକ ନୂତନ ନିଷ୍ପତି ନେଇଛନ୍ତି । ବିଏମସି ଅଧିନରେ ରହିଥିବା ସମସ୍ତ ପେନସନ ଉପଭୋକ୍ତାଙ୍କୁ ଅଧିକ ମାସକର ପେନସନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ବିଏମସି ଅଧିନରେ ଥିବା ୨୨ ହଜାର ହିତାଧିକାରୀ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଏହି ସୁବିଧା ପାଇବେ । ବାତ୍ୟା ଫୋନିରେ ପୁରୀ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ରାଜଧାନୀ ମଧ୍ୟ ବେଶି ପ୍ରଭାବିତ ହୋଇଥିଲା । ପାଣି ଠାରୁ ଆରମ୍ବ କରି ବିଜୁଳି ସେବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଏମସି ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ଏହି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ମେ ୧୭ ତାରିଖ ସୁଦ୍ଧା ସବୁ ପେନସନଧାରୀଙ୍କୁ ଅତିରିକ୍ତ ମାସକର ପେନସନ ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି । ସେହିଭଳି ବସ୍ତି ବାସିନ୍ଦାଙ୍କ ପାଇଁ ମଧ୍ୟ ରିଲିିଫ ଦିଆଯାଉଛି । ବସ୍ତିରେ ରହୁଥିବା ଲୋକ ଯେଉଁମାନଙ୍କର ରାସନକାର୍ଡ ନାହିଁ ସେମାନଙ୍କୁ ମଧ୍ୟ ବିଏମସି ପକ୍ଷରୁ ବାତ୍ୟା ସହାୟତା ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ବିଏମସି ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଉଛି । ଏଥିରେ ୨୫୦୦ ଟଙ୍କା ସହାୟତା ରାଶି ଓ ୫୦ କେଜି ଚାଉଳ ଦିଆଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁ ପଦ ସେଠୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ରାଜ୍ୟସରକାରଙ୍କ ନିଷ୍ପତି ଅନୁସାରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ଏହି ସହାୟତା ମିଳିବ ।

ରିପୋର୍ଟ : ଆକାଶ ମିଶ୍ର