ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଟି.ଭି. ସମ୍ବାଦପତ୍ର, ଏଫ.ଏମ. ଚ୍ୟାନେଲ, ଚଳଚିତ୍ର ପ୍ରେକ୍ଷାଳୟ, ସୋସିଆଲ ମିଡ଼ିଆ ଆଦିରେ ରାଜନୈତିକ ବିଜ୍ଞାପନ ପ୍ରସାରଣ ହେବା ପୂର୍ବରୁ ଆଇନ ଅନୁଯାୟୀ ପ୍ରାର୍ଥୀଙ୍କୁ ଗଞ୍ଜାମ ଜିଲ୍ଲାସ୍ତରୀୟ ମିଡ଼ିଆ ସାର୍ଟିଫିକେସନ ଓ ମନିଟରିଂ କମିଟି (ଏମ.ସି.ଏମ.ସି) ଠାରୁ ଅନୁମତି ପ୍ରମାଣ ପତ୍ର ନେବା ଆବଶ୍ୟକ । ଏ ସମ୍ପର୍କରେ ଆଜି ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଚଳଚିତ୍ର ପ୍ରେକ୍ଷାଳୟର ମାଲିକ ମାନଙ୍କୁ ବିନା ଅନୁମତି ପ୍ରମାଣ ପତ୍ର ବିନା ଚଳଚିତ୍ର ପ୍ରେକ୍ଷାଳୟରେ କୌଣସି ରାଜନୈତିକ ବିଜ୍ଞାପନ ପ୍ରସାରଣ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା