

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଭବନ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ବନ ମହୋତ୍ସବ ପାଳନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ରାଜଭବନ ପରିସରରେ ଚାରା ରୋପଣ କରିଛନ୍ତି । ଏହାସହ ଏହି ଅବସରରେ ଫନିରେ କ୍ଷତିଗ୍ରସ୍ତ ରାଜଭବନର ସବୁଜିମା ଫେରାଇ ଆଣିବା ପାଇଁ ଉଦ୍ୟମ କରିବା ସହ ନିଜ ନିଜ ସ୍ତରରେ ବୃକ୍ଷ ରୋପଣକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜଭବନ ପରିସରରେ ବିଭିନ୍ନ କିସମର ବ୍ୟାପକ ବୃକ୍ଷରୋପଣ କରାଯାଇଛି । ରାଜ୍ୟପାଳଙ୍କ ସହିତ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ସ୍ୱତନ୍ତ୍ର ସଚିବ ଚିତ୍ତରଞ୍ଜନ ମହାନ୍ତି, ଲେଖା ନିୟନ୍ତ୍ରିକ ଗୌତମ ଚୌଧୁରୀ, ସିଟି ଡି.ଏଫ.ଓ ଅଶୋକ କୁମାର ମିଶ୍ର, ଉପସଚିବ ବେଦବନ୍ଧୁ ମିଶ୍ରଙ୍କ ସମେତ ଅନେକ ଅଧିକାରୀ ଓ କର୍ମଚାରୀ ଚାରା ରୋପଣ କରିଛନ୍ତି । ରାଜଭବନ ଉଦ୍ୟାନବିତ ବସନ୍ତ କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






