

ରାଜୀବ ଗାନ୍ଧୀ ଯୁବକମାନଙ୍କ ଆଦର୍ଶ ଯାହାକି ଆଜି ଆମେ ୧୮ ବର୍ଷ ବୟସରେ ଯେଉଁ ଭୋଟ ଦେବାର ଅଧିକାର ପାଇଛେ କେବଳ ସେଇ ରାଜୀବ ଗାନ୍ଧୀଙ୍କ ଯୋଗୁ ସମ୍ଭବ ହେଇଛି। ଭାରତରେ ଆଧୁନିକ ବିଜ୍ଞାନ, କମ୍ପୁଟର, ଟେଲିଫୋନର ପ୍ରସାର, ଗ୍ରାମାଞ୍ଚଳ ବିକାଶ ପାଇଁ ପଞ୍ଚାୟତରାଜ ବ୍ୟବସ୍ଥା ର ସୁଦୃଢ଼ୀକରଣ ଇତ୍ୟାଦି ବହୁତ କାର୍ଯ୍ୟ କରିଥିଲେ। ଶେଷରେ ଦେଶପାଇଁ ସେ ତାଙ୍କ ନିଜ ଜୀବନ ଦାନ କରିଥିଲେ ଠିକ ତାଙ୍କ ମା ଇନ୍ଦିରା ଗାନ୍ଧୀଙ୍କ ପରି।ଭାରତର ଭୁତପୂର୍ବ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ପ୍ରାପ୍ତ ସ୍ବର୍ଗତ ରାଜୀଵ ଗାନ୍ଧୀଙ୍କ ୮୦ ତମ ଜନ୍ମ ଜୟନ୍ତୀ ଆଜି ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ପାଳନ କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା କାଳିଆ ରାଉଳ ନେତୃତ୍ବରେ ଛତ୍ରପୁର ଉପର ବସଷ୍ଟାଣ୍ଡ ଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଡି• ରାମସ୍ୱାମି ରେଡ୍ଡୀ, ବରିଷ୍ଠ କଂଗ୍ରେସ ନେତା କାଳିଆ ରାଉଳ, ସିଲୁ ରାଉଳ ରୁପେଶ ରାଉଳ, ପପୁ ରାଉଳ, କଂଗ୍ରେସ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।
ତାଙ୍କର ୮୦ତମ ଜନ୍ମ ତିଥିରେ ସଂକଳ୍ପ ନେବା ତାଙ୍କ ସ୍ୱପ୍ନ ର ଭାରତ କାର୍ଯ୍ୟକ୍ରମକୁ ଆଗେଇ ନେବା ।
ଛତ୍ରପୁରରୁ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା