ରାଜ୍ୟ ଅକ୍ଷମ କଲ୍ୟାଣ ସଂସ୍ଥା ପକ୍ଷରୁ ମଧୁବନ ହରିଜନ ବସ୍ତିରେ ଶୀତବସ୍ତ୍ର ବଣ୍ଟନ

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ଅକ୍ଷମ କଲ୍ୟାଣ ସଂସ୍ଥା ପକ୍ଷରୁ ପ୍ରତିବର୍ଷ ଗରିବ, ନିସହାୟ ବ୍ୟକ୍ତିମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରି ଆସୁଛି । ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ମଧୁବନ ଓ ବୋରିପଦର ଗ୍ରାମର ଦୁଇ ହରିଜନ ବସ୍ତିରେ ୧୨୧ ଖଣ୍ଡ ନୂତନ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଅବୈତନିକ ନିର୍ଦ୍ଦେଶକ ବିଜୟ କୁମାର ରଥଙ୍କ ଉଦ୍ୟମରେ ଏକ ପ୍ରତିନିଧି ଦଳ ଏହି ଦୁଇ ଗ୍ରାମରେ ପହଞ୍ଚି ହରିଜନ ବସ୍ତିର ମହିଳା, ପୁରୁଷଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବୀନର ସମ୍ପାଦକ ରବି ରଥ, ପୂର୍ବତନ ସମିତିସଭ୍ୟ ସତ୍ୟ ନାରାୟଣ ରଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦଣ୍ଡପାଣି ସାହୁ, ସାହିତ୍ୟିକ ସୁଶାନ୍ତ କର, ସାମ୍ବାଦକ ପବିତ୍ର ଚୌଧୁରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସୂଚନାଥାଉକି, ଏହି ସଂଗଠନ ପ୍ରତିବର୍ଷ ଦୃଷ୍ଟିହୀନ
ଛାତ୍ରଛାତ୍ରୀଙ୍କୁ ଭିନ୍ନକ୍ଷମ ଉପକରଣ, ପାଠ୍ୟ ଉପକରଣ, ଗରିବ ଦୃଷ୍ଟିହୀନଙ୍କୁ ଭତ୍ତା ପ୍ରଦାନ ଭଳି
ବହୁ ସମାଜସେବା କାର୍ଯ୍ୟକରି ଆସୁଛି ।

ରିପୋର୍ଟ : ରବି ରଥ