ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କୋଭିଡ୍-୧୯ ସମ୍ପର୍କିତ ନିୟମ ପ୍ରବର୍ତ୍ତନ ଓ ସୀମା ବନ୍ଦ ଆଦି ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଛତ୍ରପୁର ସ୍ଥିତ ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ ଏବଂ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ସହ ଜିଲ୍ଲାରେ କୋଭିଡ୍-୧୯ ସ୍ଥିତି ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ଗଞ୍ଜାମ ଜିଲ୍ଲାବୀସଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଏବେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ସହଯୋଗ କରି ଆସିଛନ୍ତି । ମୁଁ ଜିଲ୍ଲାବାସୀଙ୍କୁ ଅପିଲ ମଧ୍ୟ କରୁଛି ଯେ, ଆସନ୍ତାକାଲିଠୁ ସଟ୍ଡାଉନ୍ ଆରମ୍ଭ ହେଉଛି ଏବଂ ଜିଲ୍ଲା ସୀମାନ୍ତ ସିଲ୍ କାର୍ଯ୍ୟକ୍ରମକୁ ଉତ୍ତମ ଭାବେ ସହଯୋଗ କରନ୍ତୁ । ଆମ ପୋଲିସ ଭାଇଭଉଣୀମାନଙ୍କୁ ବିଶେଷ ପ୍ରଶଂସା କରି କହିଥିଲେ ସମସ୍ତେ ଖୁବ୍ ଭଲ କାର୍ଯ୍ୟ କରୁଛନ୍ତି । ଆଜିର ସମୀକ୍ଷାରୁ ଜଣାପଡିଛି ୫ ଜଣ ପୋଲିସ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇ ସଂଗେ ସଂଗେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଜଣେ ଡିଏସ୍ପି, ଜଣେ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ବିଭିନ୍ନ ପଦବୀରେ ଅଛନ୍ତି । ଏହି ୫ ଜଣ କର୍ମଚାରୀ ପୋଲିସର ସେବାମନୋବଳ ସଦୃଢ କରିବା ସହ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି । ସେ ଆହୁରୀ କହିଛନ୍ତି ଯେ, କୌଣସି ଜରୁରୀ ନ ଥିଲେ ପୋଲିସ ଥାନାକୁ ଆସନ୍ତୁ ନାହିଁ । ସଂପୃକ୍ତ ଥାନା ଗୁଡିକର ସିୟୁଜି, ଲେଣ୍ଡା ଲାଇନ୍ ନମ୍ବର ଅଛି ସେଥିରେ ସେମାନଙ୍କ ଅଭିଯୋଗକୁ ଜଣାଉନ୍ତୁ ସଂଗେ ସଂଗେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ । ଆସନ୍ତାକାଲି ଠାରୁ ଗଞ୍ଜାମରେ ସଟ୍ଡାଉନ୍ ଆରମ୍ଭ ହେଉଛି ଏବଂ ଜିଲ୍ଲାର ସୀମାନ୍ତକୁ ସିଲ୍ ଉପରେ ସେ ସହରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ କାର୍ଯ୍ୟସ୍ଥଳରେ ସାମାଜିକ ଦୂରତ୍ୱ ଅବଲମ୍ବନ ସହ କୋଭିଡ୍-୧୯ ସଂପର୍କିତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କାର୍ଯ୍ୟରତ ପୁଲିସ ଅଧିକାରୀ ଓ କର୍ମଚାରୀ କଠିନ ପରିଶ୍ରମର ସେ ପ୍ରଶଂସା କରିବା ସହ ପୋଲିସକୁ ସହଯୋଗ ପାଇଁ ଗଞ୍ଜାମ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ସମୀକ୍ଷା ପୂର୍ବରୁ ପୋଲିସ ଡିଜି ଅଭୟ ଜିଲ୍ଲାକୁ ପ୍ରଥମେ ଆସି ସେ ଗଞ୍ଜାମ-ଖୋର୍ଦ୍ଧା ଜିଲ୍ଲାର ସିଲ୍ ସୀମା ଯାଞ୍ଚ କରି ସେଠାରେ କାର୍ଯ୍ୟ କରୁଥିବା ପୋଲିସ୍ କର୍ମଚାରୀ ଏବଂ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦେଶ ଦେଇଥିଲେ । ଲୋକଙ୍କ ଗତିବିଧିକୁ କିପରି ବନ୍ଦ କରାଯିବ ଏବଂ କଠୋର ଅନୁସନ୍ଧାନ କରିବାକୁ ମଧ୍ୟ କୁହାଯାଇଛି, ଯାହା ଦ୍ୱାରା ଅନାବଶ୍ୟକ ଟ୍ରାଫିକ୍ ବନ୍ଦ ହୋଇପାରିବ । ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ପ୍ରବେଶ ପଥରେ ଛକ ଯାଞ୍ଚ କରାଯାଉଛି । ସୀମାରୁ ଫେରିବା ପରେ ଡିଜି ଛତ୍ରପୁରରେ ସମୀକ୍ଷା ବୈଠକ କରିଥିଲେ । ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଏହି ଗସ୍ତ ଜିଲ୍ଲା ପୋଲିସର ମନବଳଙ୍କୁ ଉଚ୍ଚ କରିବାରେ ନିଶ୍ଚୟ ସହାୟକ ହେବ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ଭୋଇ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା