ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିବା ପରେ ଆଜି ବ୍ରହ୍ମପୁରରେ ବିଧାୟକ ବିକ୍ରମ କୁମାର ପଣ୍ଡା ସିଟି ହାଇ ସ୍କୁଲ ଠାରେ ଅବିଭାବକ ପୁରାତନ ଛାତ୍ରଙ୍କୁ କୃତଜ୍ଞତା ଜଣାଇଲେ । ଯେଉଁଥିରେ ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମଲେଖାରେ ସଂରକ୍ଷଣ ପ୍ରସ୍ତାବ ମଧ୍ୟ ରହିଛି । ଏହି ନିଷ୍ପତ୍ତି ଅନୁଯାୟୀ, ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାରେ ସଂରକ୍ଷଣ ରହିବ । ଆଉ ଏହାକୁ ଆଗାମୀ ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଲାଗୁ କରିବାକୁ ସଂକଳ୍ପ ଆଗତ ହୋଇଛି । କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଚୂଡାନ୍ତ ରୂପ ଦେବାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯିବ । ଏହି କମିଟି ଆସନ୍ତା ୩ ମାସ ମଧ୍ୟରେ ଏକ ରିପୋର୍ଟ ପ୍ରଦାନ କରିବେ, ଯାହାଫଳରେ କମିଟିର ସୁପାରିଶକୁ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରାଯାଇପାରିବ ବୋଲି କୁହାଯାଇଛି । ଆଜିର ଏହି କାଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ, ରଙ୍ଗିଲୁଣ୍ଡ ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷାଧିକାରୀଙ୍କ ସମେତ ବିଜେଡି ନେତା ତୁମ୍ୱନାଥ ପଣ୍ଡା, ଅଜିତ ପଣ୍ଡା, ନାରାୟଣ ସାମଲ ଓ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା