ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ସ୍ଥିତ ଗୁରୁକୂଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ ଠାରେ ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ମହାସଂଘର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଓ ବରିଷ୍ଠ ବିଜେପି ନେତା ରଞ୍ଜନ ପୋଲାଇ, ଅରୁଣ କୁମାର ଷଡ଼ଙ୍ଗୀ, ଅମରେଶ ମିଶ୍ର, ରାଜକିଶୋର ପାଢ଼ୀ, ଲଖନ ରାଓ ଆଚାରି ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାର ସରକାରୀ ବିଦ୍ୟାଳୟରେ ପାଠପଢିଲେ ଡାକ୍ତର ଓ ଇଂଜିନିୟରିଂ ପାଇଁ କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରାଯାଇଥିଲା । ଆଗାମୀ ଦିନରେ ସରକାର ଏହାକୁ ପୁର୍ନବିଚାର କରି ଏହି ନିୟମକୁ ପ୍ରତ୍ୟାହାର କରିବା ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । ଯଦି ଏହାକୁ ସରକାର ପ୍ରତ୍ୟାହାର ନ କରନ୍ତି ତେବେ ସଙ୍ଘ ଆଇନ ଆଶ୍ରୟ ନେବା ସହ ରାଜ୍ୟ ସାରା ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ରଘୁନାଥ ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା