

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଗଞ୍ଜାମ ଗସ୍ତରେ ଆସିଥିବା ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ସ୍ଥାନୀୟ ସର୍କିଟ ଗୃହ ଠାରେ ମନ୍ତ୍ରୀଙ୍କୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବିଜେଡି ନେତା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ଦାଶ, ଛାତ୍ର ବିଜେଡିର ରାଜ୍ୟ ସଂପାଦକ ବିମଳ କୁମାର ପଣ୍ଡା, ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ କାଉନସିଲର ବି.ରାଜିବାବୁ, କିଶୋର ଚନ୍ଦ୍ର ସେନାପତି ଓ ଟି.ଚନ୍ଦ୍ରଶେଖର ରାଓ, ଛତ୍ରପୁର ଓକିଲ ସଂଘର ସଂପାଦକ ଏଲ୍.ଗୋପାଲ ରାଓ, ସରକାରୀ ଓକିଲ ଭୈରବି ପଟ୍ଟନାୟକ, ସୁରେଶ କୁମାର ପଣ୍ଡା, ଡମିନାଥ ସାହୁ, କାଳିପ୍ରସାଦ ଦାଶ ଓ ମନୋଜ କୁମାର ପାଢୀ, ଆଇନଜୀବୀ ଟି.ମୋହନ ରେଡ୍ଡୀ ଓ ରାମକୃଷ୍ଣ ଦାଶ, ଗଞ୍ଜାମ ବ୍ଲକର ଆତ୍ମାର ସଭାପତି ଚନ୍ଦ୍ରଶେଖର ନାୟକ, ବିଜେଡି ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ଅହିଭୂଷଣ ସାହୁ, ସନମୁଖ ପଟ୍ଟନାୟକ, ନାଗେଶ୍ୱର ରାଓଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
