

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ତରଫରୁ ୟୁଥ ବାଳକ ଓ ବାଳିକା ବକ୍ସିଂ ଦଳ ରାଜ୍ୟ ସ୍ତରରେ ଭାଗନେବା ପାଇଁ ଚୟନ ହୋଇଛନ୍ତି । ଗତକାଲି ବ୍ରହ୍ମପୁର ଷ୍ଟାଡିୟମ ବକ୍ସିଂ ଏରିୟା ଠାରେ ଜିଲ୍ଲା କ୍ରୀଡା ସଂସଦର ବକ୍ସିଂ ସମ୍ପାଦକଙ୍କ ତତ୍ୱାବଧାନରେ ୟୁଥ ବାଳକ ଓ ବାଳିକା ଦଳ ନିମନ୍ତେ ନିମ୍ନଲିଖିତ ବକ୍ସର ଗଣ ଚୟନ ହୋଇଛନ୍ତି । ବାଳକ ବିଭାଗର ସୁନୀଲ ବେହେରା, ଅଭିନାଶ କୁମାର ବିଷୋୟୀ, ବିକ୍ରମ ନାୟକ, ରାଜେଶ କୁମାର ସାହୁ, ଗଣେଶ ମହାପାତ୍ର, ପି. ରାହୁଲ, ବି. ସୁରଜ, ରାତି ଚୈତନ୍ୟ ଓ ଶତ୍ରୁଘ୍ନ ବେହେରା ଏବଂ ବାଳିକା ହେଲେ ଏ. ରିତୁ ରାଓ, ଏସ. ରୋଜା ଆଚାରୀ ଓ ସ୍ରୋତ ଶତପଥୀ । ଗତକାଲି ବିଚାରକ ଭାବେ ଶିଶିର କୁମାର ପାଣିଗ୍ରାହୀ, ଶିବରାମ ପାତ୍ର, ଅରିକ୍ଷିତ ପାଣିଗ୍ରାହୀ ଓ ଲଡୁ କିଶୋର ସାହୁ ଏବଂ କେ. ପ୍ରଭାକର ରାଓ ଉପସ୍ଥିତ ରହି ଚୟନ କରିଛନ୍ତି । ଏହି ଚୟନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସିନିୟର ବକ୍ସିଂ ଗଣ ସହଯୋଗ ପ୍ରଶଂସନୀୟ ଥିଲା ବୋଲି ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଅଶୋକ ସାହୁ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



