ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତମାସ ତା ୩୧ମଇ ୨୦୧୯ରେ ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ପୁରୁଷ ଓ ମହିଳା ବକ୍ସିଂ ଚୟନ ଶିବିରରେ ଏହି ବକ୍ସରମାନଙ୍କୁ ଚୟନ କରି ରାଜ୍ୟ ବକ୍ସିଂ ଦଳ ଚୟନ କରାଯାଇଛି । ଏହି ଦଳ ଆଜି ତଥା ୪ ଜୁନ ୨୦୧୯ ସନ୍ଧ୍ୟା ୫ଘଣ୍ଟିକା ସମୟରେ ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ବ୍ରହ୍ମପୁର ଷ୍ଟାଡ଼ିୟମରୁ ଭୁବନେଶ୍ୱରର ଯାତ୍ରା କରିଛନ୍ତି । ପୁନଃ ସେଠାରୁ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଯୋଗେ ଉତ୍ତରାଖଣ୍ଡ ରାଜ୍ୟର ରୁଦ୍ରପୁର ଅଭିମୁଖେ ଯାତ୍ରାରମ୍ଭ କରିବେ । Youth Men And Women National Boxing Championship ବକ୍ସିଂ ଫେଡେରସନ ଅଫ ଇଣ୍ଡିଆ ଏବଂ ଉତ୍ତରାଖଣ୍ଡ ବକ୍ସିଂ ଆସୋସିଏସନ ଅନୁକୁଲ୍ୟରେ ଉତ୍ତରାଖଣ୍ଡ ରାଜ୍ୟର ରୁଦ୍ରପୁର ସହରରେ ଅନୁଷ୍ଠିତ ହେବ । ଏଥିରେ ଭାରତର ସମସ୍ତ ରାଜ୍ୟ ଓ ବୋର୍ଡ ମଧ୍ୟ ଅଂଶ ଗ୍ରହଣ କରିବେ । ଦଳର କୋଚ ଓ ମ୍ୟାନେଜର ଭାବେ ଏ.ନାୟକ, ସୁଦର୍ଶନ ସାହୁ, ଏ.ଦାସ, ସୁନୀଲ ବେହେରା ଦଳ ସହ ଯାତ୍ରା କରିଛନ୍ତି । ରିଫେରୀ ତଥା ଜଜ ଭାବେ ଜାତୀୟ ରିଫେରୀ ତଥା ସ୍ଥାନୀୟ କୋଚ ଶିଶିର କୁମାର ପାଣିଗ୍ରାହୀ ଏବଂ ଓଏବିଏ ସମ୍ପାଦକ ଅନିଲ ବହିଦାର ସୁପରଭାଇଜର ଭାବେ ଯାତ୍ରା କରିଛନ୍ତି । ଏହି ୧୬ ଜଣିଆ ଦଳରେ ଗଞ୍ଜାମ ଜିଲ୍ଲାରୁ ୯ ଜଣ ୧୬ ଜଣ ବାଳକ, ୩ ଜଣ ବାଳିକା, ପୁରୀ ଜିଲ୍ଲାରୁ ୨ଜଣ (ଜଣେ ବଳକା ଓ ଜଣେ ବାଳିକା), ଭୁବନେଶ୍ୱରରୁ ୨ଜଣ, କଟକରୁ ଜଣେ, ରାଉରକେଲାରୁ ଜଣେ ଯାତ୍ରା କରିଛନ୍ତି । ସେମାନଙ୍କ ନାମ ହେଲା – ପୁରୁଷରେ 1. ଅବିନାଶ କୁମାର ବିଷୋୟୀ-ଗଞ୍ଜାମ -୪୬ ଟୁ ୪୯ କେଜି, 2. ବିକ୍ରମ ନାୟକ-ଗଞ୍ଜାମ-୪୯ ଟୁ ୫୨ କେଜି, 3. ରାଜେଶ କୁମାର ସାହୁ -ଗଞ୍ଜାମ-୫୨ ଟୁ ୫୬ କେଜି, 4. ଗଣେଶ ମହାପାତ୍ର-ଗଞ୍ଜାମ- ୬୦ ଟୁ ୬୪ କେଜି, 5. ପି. ରାହୁଲ-ଗଞ୍ଜାମ-୬୪ ଟୁ ୬୯ କେଜି, 6. ବି.ସୁରଜ-ଗଞ୍ଜାମ-୬୯ ଟୁ ୭୫ କେଜି, 7. ଏସ.ଆର. ସାହୁ -ପୁରୀ- ୫୬ ଟୁ ୬୦ କେଜି, 8. ନରେନ୍ଦ୍ର ସାହୁ -କଟକ- ୭୫ ଟୁ ୮୧ କେଜି, 9. ପ୍ରକାଶ ଦାସ-ବାଲେଶ୍ବର- ୮୧ ଟୁ ୯୧ କେଜି . ମହିଳାରେ – 1. ଏ. ରୀତୁ ରାଓ -ଗଞ୍ଜାମ- ୪୫ ଟୁ ୪୮ କେଜି, 2. ଏସ. ରୋଜା ଆଚାରି-ଗଞ୍ଜାମ- ୫୧ ଟୁ ୫୪ କେଜି, 3. ଶ୍ରୋତା ଶତପଥୀ -ଗଞ୍ଜାମ- ୬୦ ଟୁ ୫୪ କେଜି, 4. ପୂର୍ଣ୍ଣିମା ସେଠି-ଭୁବନେଶ୍ୱର- ୪୮ ଟୁ ୫୧ କେଜି, 5. ପ୍ରିୟଙ୍କା ମୁଣ୍ଡିଆ-ରାଉରକେଲା-୫୪ ଟୁ ୫୧ କେଜି, 6. ସୁନିତା ଜେନା-ପୁରୀ-୬୪ ଟୁ ୬୯ କେଜି, 7. ପୂଜା ନାୟକ-ଭୁବନେଶ୍ୱର-୬୯ ଟୁ ୭୫ କେଜି । ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବା ବୋଲି ଓଏବିଏ ସଭାପତି ଅଧିଶ ଦାସ, ଓଡିଶା ବାସ୍କେଟବଲ ଏସୋସିଏସନର ସଭାପତି ଅଶୋକ ସାହୁ, ଓଏବିଏର ଉପସଭାପତି ରୂଷିନାଥ ସାହୁ, ଦିବାକର ମହାନ୍ତି, ପ୍ରଭାକର ରାଓ, ବିଜୟ ଦାସ, ଅରକ୍ଷିତ ପାଣିଗ୍ରାହୀ, ଶିବରାମ ପାତ୍ର, ପଦ୍ମନାଭ ବେହେରା, ଅଞ୍ଜନ ଦାସ, ଲଡୁ କିଶୋର ସାହୁ, ଦୁର୍ଗା ପଟ୍ଟନାୟକ, ବିଜୟ ସିଂ ସାମନ୍ତ, ଉପେନ୍ଦ୍ର ପଟ୍ଟନାୟକ, କେଶବ ପଣ୍ଡା, ଅନିଲ ସାହୁ, ଜିବିସିର ସମସ୍ତ ସଦସ୍ୟ ତଥା ଜିଡିଏଏର ସମସ୍ତ ସଦସ୍ୟ ତଥା ବ୍ରହ୍ମପୁର ଷ୍ଟାଡିୟମରେ ଅଭ୍ୟାସ କରୁଥିବା ସମସ୍ତ ବକ୍ସରଙ୍କ ସମେତ ଅନ୍ତର୍ଜାତୀୟ ବକ୍ସର ମମତା କୁମାରୀ ପଣ୍ଡା ଆଶାପ୍ରକଟ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା