

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସକାଳ ୯ ଘଣ୍ଟା ସମୟରେ ରାଜ୍ୟ ବିଜେଡି ସଂଖ୍ୟା ଲଘୁ ସେଲ ‘ର’ ଯୁଗ୍ମ ସମ୍ପାଦକ ମହମ୍ମଦ ଫାଇଜ ଖାଁ ଙ୍କ ନେତୃତ୍ୱରେ ଓଡିଶା ଶ୍ରୀ ସେକ ଆନୱାରଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ବ୍ରହ୍ମପୁର ରେଳବାଇ ଷ୍ଟେସନକୁ ପହଞ୍ଚି ସେକ ଆନୱାରଙ୍କୁ ବିରାଟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ସେକ ଆନୱାରଙ୍କର ପ୍ରସିଦ୍ଧ ଜାମିୟା ମସଜିଦର ସମ୍ପାଦକ ସାମସୁଦ୍ଧିନ, ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ‘ର’ ମହମ୍ମଦ ଫାଇଜ ଖାଁ, ଖାଦର ବେଗ, ରାଜୁ, ପ୍ରମୋଦ ମହାରଣା, ଭୀଷ୍ମ ଆଚନ୍ଦ୍ର, ଏସକେ. ଜାକିର, ଏସକେ. ସାଲିମ, ଆଲାମ, ଅକରାମ, ଛଟୁ, ସାତାର, ଆଜିକ, ମୁଜଜା, ମୁସ୍ତାଫା, ଖଡ଼ାର ବେଗଙ୍କ ସମେତ ବହୁ ମନୟଗାନ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ . ସେକ ଆନୱାର ପ୍ରଥମେ ଗଂଜାମ ଶ୍ରୀ ହୋଇଥିଲେ । ବର୍ତ୍ତମାନ ଓଡିଶା ଶ୍ରୀ ହେଇଥିବାରୁ ଗଞ୍ଜାମଜିଲ୍ଲା ସଂଖ୍ୟାଲଘୁ ସେଲ, ରାଜ୍ୟ ଏବଂ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଗଞ୍ଜାମ ମୁସଲିମ କଲଚରାଲ ଆସୋସିଏସନ ତରଫରୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ‘ର’ ସମ୍ପାଦକ ମହମ୍ମଦ ଫାଇଜ ଖାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
