

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହଜୁର ମୁଝାହିଦେ ମିଲ୍ଲାତ କମିଟି ତରଫରୁ ଏବଂ ବ୍ରହ୍ମପୁର ମୁସଲିମ ମାଇବୋରେଟି ତରଫରୁ ନୂତନ ଭାବେ ରାଜ୍ୟ ବିଜେଡି ସଂଖ୍ୟା ଲଘୁସେଲର ସମ୍ପାଦକ ଭାବେ ମହମ୍ମଦ ଫାଇଜ ଖାଁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୟନ କରିଛନ୍ତି । ତେଣୁ ଗତକାଲି ବ୍ରହ୍ମପୁରର ମୁସଲମାନ ମାଇନୋରେଟି ତରଫରୁ ଏକ ବିରାଟ ସମ୍ବର୍ଦ୍ଧନା ଉତ୍ସବ କରାଯାଇଥିଲା । ସେଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡା. ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ ମହମ୍ମଦ ଫାଇଜଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁକ୍ତିଆର, ହାଜିରସିଦ, ଆଲମ ସାବଜାନ ରାୟିକ, ଖଦାର ବେଗ, ଭିଷ୍ମଆଚାର୍ଯ୍ୟ ଚୌଧୁରୀ, ମୁଇଲି ଚନ୍ଦ୍ର ମୋହନ ସାହୁ, ଆକରାମ, ଫାୟାଜ, କେ. ବତିତ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


