


ବ୍ରହ୍ମପୁର(ସମୃଦ୍ଧ ଓଡିଶା)ସାରା ରାଜ୍ୟରେ ସମାଜର ପ୍ରତିଷ୍ଠାତା ସମାଜସେବୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜୟନ୍ତୀ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି । ସେହିପରି ବ୍ରହ୍ମପୁରରେ ଥିବା ଓଡିଶା ରାଜ୍ୟ ଶୌଣ୍ଡିକ ସମାଜ ପକ୍ଷରୁ ମଧ୍ୟ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜୟନ୍ତୀ ପାଳନ କରାଯାଇଛି । ଗିରି ରୋଡ଼ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉପରେ ଏହି ଅନୁଷ୍ଠାନର ସଭ୍ୟମାନେ ପୁଷ୍ପମାଲ୍ୟ ଦେଇ ଗୋପବନ୍ଧୁଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରି ‘ଗୋପବନ୍ଧୁ ଆମର ରହେ ‘ ସ୍ଳୋଗାନରେ ପ୍ରକମ୍ପିତ କରିଥିଲେ ଧରାପୃଷ୍ଟକୁ । ଏହି ଉତ୍ସବରେ ରାଜ୍ୟ ଶୌଣ୍ଡିକ ସମାଜର ସଭାପତି ପ୍ରଭାକର ସାହୁ ,ସଭାନେତ୍ରୀ ସବିତା ସାହୁକାର ,ସମ୍ପାଦକ ମମତା ସାହୁ ,ଲୋକସମ୍ପର୍କ ଅଧିକାରୀ ଭିଷ୍ମଚାର୍ଯ୍ୟ ଚୌଧୁରୀ ,ପ୍ରଦୀପ କୁମାର ସାହୁ ,ସୌମିକ ସାହୁ ,ନବୀନ ଚନ୍ଦ୍ର ବେହେରା , ସନ୍ତୋଷ ବିଶୋଇରତ୍ନ ,ଫୋରମ ଫର ଗଞ୍ଜାମର ସଭାପତି ସୁଧୀର ରାଉତ ,ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଅବନୀ ବରାଳ ,ସାପ୍ତାହିକ ଖବର କାଗଜ ‘ନବୀନ’ର ସମ୍ପାଦକ ରବିରଥ ପ୍ରମୁଖ ଯୋଗଦେଇ ଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବୁରୋଚିଫ ନିମାଇଁ ଚରଣ ପଣ୍ଡା
