ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ବହୁ ବିଳମ୍ବରେ ଶତକଡା ୫ ପ୍ରତିଶତ ମହାଙ୍ଗାଭତ୍ତା ଜାନୁଆରୀ ୨୦ରୁ ଦେବାକୁ ଘୋଷଣା କରି କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିଥିବା ଜୁଲାଇ ୨୦୧୯ର ପ୍ରାପ୍ୟକୁ ଅତ୍ୟନ୍ତ ଚତୁରତାର ସହିତ ଏଡାଇ ଯାଇଛନ୍ତି । ଯାହାଫଳରେ ରାଜ୍ୟ ସରକାର ୧୯୮୦ମସିହାରୁ କେନ୍ଦ୍ର ଓ ରାଜ୍ୟମଧ୍ୟରେ ମହଙ୍ଗାଭତ୍ତା ଜନୀତ ବୁଝାମଣାକୁ ଟାଳିଯିବାକୁ ଚେଷ୍ଟା କରିଛନ୍ତି । କେନ୍ଦ୍ର ସରକାରଙ୍କ ଜୁଲାଇ ମାସର ୫% ମହଙ୍ଗାଭତ୍ତା ଜାନୁଆରୀମାସରୁ ପ୍ରଦାନ କରିବା ଘୋଷଣା ଆଦୌ ଗ୍ରହଣିୟ ନୁହେଁ । ରାଜ୍ୟ ସରକାର କର୍ମଚାରୀଙ୍କ ପିଠିରେ ନ ମାରି ପେଟକୁ ମାରିବା ଅନ୍ୟନ୍ତ ଦୁଃଖର ବିଷୟ । ୧୯୮୦ମସିହାରୁ ନିତିଗତଭାବେ ପ୍ରତ୍ୟେକବର୍ଷ ଜାନୁଆରୀ ଓ ଜୁଲାଇରେ ଦରଦାମ୍କୁ ବିଚାର କରି ମହଙ୍ଗାଭତ୍ତା ପ୍ରଦାନ ନିମନ୍ତେ ନିଷ୍ପତ୍ତି ଏହି ଘୋଷଣା ଏହାର ବିରୋଧି ବୋଲି ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଜଳେଶ୍ୱର ଶାଖାର ସଭାପତି ରାଜାରାକ କରଶର୍ମା, ସଂପାଦକ ଡ. ଲଳିତ ରଂଜନ ସେନାପତି, ଉପସଭାପତି ବିଭୁତି ଦାସ, ଶଶାଂକ ଶେଖର ମହାନ୍ତି, ଭାଗବତ ପରିଡା, କପିଳେଶ୍ୱର ମହାନ୍ତି, ସହସଂପାଦକ କାଳିଚରଣ ପୃଷ୍ଟି, ସୁଶାନ୍ତ ପରିଡା, ଜ୍ୟେତିଷ ଚନ୍ଦ୍ର କର, କୋଷାଧ୍ୟକ୍ଷ ଗଂଗାନାରାୟଣ ପ୍ରଧାନ, ଉପଦେଷ୍ଟା ଡ. ଶ୍ରୀକାନ୍ତ ଚରଣ ପାତ୍ର ଓ ଖଗେନ୍ଦ୍ର ନାଥ ସାହୁ ପ୍ରମୁଖ ଏକ ମିଳିତ ବିବୃତିରେ ମହଙ୍ଗାଭତ୍ତା ପୁନଃର୍ବିତାର ପାଇଁ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା