ରାଜ୍ୟ ସରକାରଙ୍କ ୧୦୦ଦିନ ପୂର୍ତ୍ତି ଉତ୍ସବ : ସାକ୍ଷୀଗୋପାଳରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ 

ସାକ୍ଷୀଗୋପାଳ(ସମୃଦ୍ଧଓଡିଶା) ରାଜ୍ୟ ସରକାରଙ୍କର 100 ଦିନ ପୂର୍ତ୍ତି ଉତ୍ସବ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି ଆର ପାଟିଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ l ମନ୍ତ୍ରୀ ଶ୍ରୀଯୁକ୍ତ ପାଟିଲ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱଚ୍ଚତା ଅଭିଯାନ ଘୋଷଣା କରିଥିଲେ l ବିରୋଧୀ ଦଳ ତରଫରୁ ଏହାକୁ ସମାଲୋଚନା କରିଥିଲେ l ବର୍ତ୍ତମାନ ସ୍ଵଚ୍ଛତା ଅଭିଯାନ  ଏକ ଆନ୍ଦୋଳନରେ ପରିଣତ ହୋଇଅଛି l ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ତାଙ୍କ ଯୋଜନାରେ ମହିଳା ମାନଙ୍କୁ ଅଗ୍ରାଧିକାର ପ୍ରଦାନ କରୁଛନ୍ତି l ଫ୍ରି ରନ୍ଧନ ଗ୍ୟାସ ପ୍ରଦାନ ଯୋଜନା ଓ ସ୍ଵଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ଫଳରେ ପରିବାରର ମା ଓ ଶିଶୁ ମାନେ ଧୂଆଁ ଦ୍ୱାରା ସୃଷ୍ଟି ହେଉଥିବା ରୋଗରୁ ମୁକ୍ତି ହୋଇ ପାରିଲେ l ସେହିପରି ଶୌଚାଳୟ ନିର୍ମାଣ ଫଳରେ ମା ଓ ପରିବାର ସଦସ୍ୟ ମାନେ ଖୋଲାରେ ଶୌଚ ହେବାର ଭୟ ଓ ରୋଗରୁ ମୁକ୍ତି ହୋଇ ପାରିଲେ l  ଏହି ଅବସରରେ ସ୍ୱଚ୍ଛତା ହିଁ ସେବା ନିମନ୍ତେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିଲ୍ଲାପାଳ ଓ ସରପଞ୍ଚ ମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପାଟିଲ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଧନ୍ୟବାଦ ପ୍ରଦାନ ଅବସରରେ ସୁଭଦ୍ରା ଯୋଜନାରେ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀ ମାନଙ୍କୁ ସୁଭଦ୍ରା ସହାୟତା ରାଶି ପ୍ରଦାନ କରାଯିବ l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ l ଅନିର୍ବାଯ୍ୟ କାରଣରୁ ଆଜି ଏହି ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀ ଯୋଗ ଦେଇ ପାରିଲେ ନାହିଁ l ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କର ସତ୍ୟବାଦୀ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ କରାଯିବ ବୋଲି ଘୋଷଣା କରିଥିଲେ l 

ରିପୋର୍ଟ : ରଜତ ମହାପାତ୍ର