ଭୁବନେଶ୍ୱର (ସମୃଦ୍ଧ ଓଡିଶା) କଂଗ୍ରେସ ପକ୍ଷରୁ ରାଜ୍ୟ ସ୍ତରୀୟ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଛି । ଏହି ଅଭିଯାନ ଆସନ୍ତା ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି । ଏହି ଅବସରରେ ୫ ଟଙ୍କା ଦେଇ ୫ ବର୍ଷ ପର୍ଯ୍ୟନ୍ତ ଦଳର ସଭ୍ୟ ହୋଇଛନ୍ତି ବିଭନ୍ନ ଅଞ୍ଚଳରୁ ଆସିଥିବା ବହୁ କର୍ମୀ ଓ ନେତା । ଏହି ଅଭିଯାନ ପାଇଁ ରାଜ୍ୟ କଂଗ୍ରେସ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଯେଉଁଥିରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦଳର ସାଂସଦ ବିଧାୟକ ଓ ବରିଷ୍ଠ ନେତା ଏକାଠି ହୋଇଥିଲେ । ଏହି ଅବସରରେ ଚେଲ୍ଲା କୁମାର ରାଜ୍ୟର ସମସ୍ତ ବିକାଶ ମୂଳକ କାର୍ଯ୍ୟ ତଥା ବନ୍ଦର ଓ କାରଖାନା କଂଗ୍ରେସ ସରକାର ସମୟରେ ହୋଇଥିବା ବେଳେ ନବୀନ ସରକାର ସମୟରେ ବେକାରୀ ବଢ଼ିଛି ଏବଂ ୨ କୋଟି ରୋଜଗାର ଓ ଦର ଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବୋଲି କହିଥିଲେ । ଏହାସହ ପ୍ରତ୍ୟେକ ଗାଁ’କୁ ଯାଇ ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନ୍ୱିତ କରିବା ସହ ୨୦୨୪ରେ କଂଗ୍ରେସ ସରକାର କରିବ ବୋଲି କହିଛନ୍ତି ।