
ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବ୍ରହ୍ମପୁରରେ ବିଭିନ୍ନ ଅନୁଷ୍ଠାନର ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ତେଣୁ ସେ ଛତ୍ରପୁର ସର୍କିଟ୍ ହାଉସରେ ପହଂଚିଥିଲେ । ସେଠାରେ ରାଜ୍ୟପାଳଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଡ଼ୁଡ଼ା ପିଡ଼ି ସବ୍ୟସାଚୀ ହେତା, ଛତ୍ରପୁର ବିଡ଼ିଓ ସଚିଦାନନ୍ଦ ନାୟକ, ଛତ୍ରପୁର ଅତିରିକ୍ତ ତହସିଲଦାର ଶରତ କୁମାର ପାତ୍ର, ଗଞ୍ଜାମ ପୋଲିସ ଜିଲ୍ଲାର ଡ଼ିଆବି, ଡ଼ିଏସପି କେଶବ ଚନ୍ଦ୍ର ବେହେରା, ଛତ୍ରପୁର ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀ, ଗଞ୍ଜାମ ପୁଲିସର ରିଜର୍ଭ ଇନିସପେକ୍ଟର ସୁବଳ ସୁରେନ, ଛତ୍ରପୁର ଥାନାଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାଏ, ଗଞ୍ଜାମ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ଆର୍ଜିପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ବିସଜ୍ କୁମାର ରାଉତରାଏ, ଖଲିକୋଟ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ବହୁ ପୋଲିସ କର୍ମଚାରୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







