

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ ଆଜି ଇଞ୍ଜିନିୟରିଙ୍ଗ ସ୍କୁଲ ନିକଟ ରାଜସ୍ୱ ଡାକ ବଙ୍ଗଳାରେ ବ୍ରହ୍ମପୁର ମହାନଗର ନିଗମର ୧୨୨ଜଣ ପିତମାତା ବିହୀନ ଶିଶୁଙ୍କୁ ରାସନ ବାସ୍କେଟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ଵର ବଲିରାମ୍ ବୋନ୍ଦାର୍ ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିର୍ତ୍ତି ଭାସନ୍ ଯୋଗଦେଇ ଶିଶୁମାନଙ୍କୁ ରାସନ ବାସ୍କେଟ ବଣ୍ଟନ କରିଥିଲେ । ଅରୁଣାର ସମ୍ପାଦିକା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅରୁଣାର ପ୍ରତିଷ୍ଠାତା ସଦସ୍ୟ ଲୋକନାଥ ମିଶ୍ର ବଣ୍ଟନ କାର୍ଯ୍ୟକ୍ରମର ଉଦ୍ଧେଶ୍ୟକୁ ସମସ୍ତଙ୍କୁ କହିଥିଲେ । ଅରୁଣାର କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା