ଜଳେଶ୍ୱର (ସମୃଦ୍ଧ ଓଡିଶା) ଏଣିକି ରାଜ୍ୟର ସମସ୍ତ ପଞ୍ଚାୟତରେ ରାଜୀୟ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶ କ୍ରମେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ ହେବ । ଫଳରେ ପଞ୍ଚାୟତ ସ୍ତରରେ ଏସ୍ଏଚ୍ଜି ଗ୍ରୁପ ମାନଙ୍କୁ ନିଯୁକ୍ତି ତାଲିମ ଦିଆଯାଇ ସଶକ୍ତ କରାଯିବାର ବ୍ୟବସ୍ଥା ହୋଇଛି । ବାଲେଶ୍ୱର ଜିଲାରେ ପ୍ରଥମ କିସ୍ତିରେ ୧୪ଟି ପଂଚାୟତକୁ ନିଆଯାଇଥିବା ବେଳେ ଜଳେଶ୍ୱରରୁ ୧୧ଟି ପଞ୍ଚାୟତକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏଥିଲାଗି ଗତ ୨୪ରୁ୨୬ତାରିଖ ବାରିପଦା ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏନ୍ଜିଟିର ନିର୍ଦ୍ଦେଶ ଅନୁଯାୟୀ ଖଣି ଇତ୍ୟାଦତ ଦ୍ୱାରା ପ୍ରଦୂ ଷଣ ହେଉଥିବାରୁ ତାକୁ ରୋକିବା ଲାଗି ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଏଥିଯୋଗୁଁ ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖା ନଦୀକୂଳ ପଞ୍ଚାୟତ ଗୁଡିକ ବାଲି ଉତ୍ତୋଳନ ଯୋଗୁଁ ପ୍ରଦୂଷିତ ଯୋଗୁଁ ଏହି ଯୋଜନା କାର୍ଯ୍ୟକାରୀ ହେବା ସିଦ୍ଧାନ୍ତ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏକହି କାର୍ଯ୍ୟକ୍ରମ ପ୍ରତ୍ୟେକ ପଞ୍ଚାୟତରେ ହେବାପାଇଁ ସ୍ଥିର ହୋଇଥିବାର ଜଳେଶ୍ୱର ବିଡିଓ ଦିପ୍ତିରଂଜନ ସେଠୀ ସୂଚନା ଦେଇଛନ୍ତି । ଏଥିରେ ବାଲେଶ୍ୱର ଜିଲାର ୧୪ଟି ପଞ୍ଚାୟତକୁ ସାମିଲ କରାଯାଇଛି । ସେଥିମଧ୍ୟରୁ ରୁରବାନରେ ଗ୍ରହଣ କରାଯାଇଥିବା ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଖୁଆଡ, ଓଲମରା, ମାକିଡିଆ, ଚମାରଗାଁ, ବରଡିହା, କାଳିକ, କଳମା, କେଏମ୍ ସାହି, ରାଇବଣିଆ ପଞ୍ଚାୟତକୁ ଏହି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ଚୟନ କରାଯାଇଛି । ଏହା ବ୍ୟତିତ ବସ୍ତା ବ୍ଲକର ୨ଟି ଓ ରେମୁଣା ବ୍ଲକର ୧ଟି ପଞ୍ଚାୟତକୁ ଗ୍ରହଣ କରାଯାଇଥିବା ଜଣାଯାଇଛି । ଏଥିରେ ସଂପୃକ୍ତ ସଦସ୍ୟ, ପିଇଓ, ଜୁନିୟର ଇଞ୍ଜିନିୟର, ଜିଆର୍ଏସ୍, ସିଆର୍ପି ଓ ଏସ୍ଏସ୍ଜିଙ୍କୁ ସଂଶ୍ଳିଷ୍ଟ କରାଯାଇଛି । ସେମାନଙ୍କୁ ୱାପି ରୁରବାନର ମନହର କୁମାର ଠାକୁର, ଭଲେସେନ୍ (ମାଷ୍ଟର ଟ୍ରେନର୍), ଚନ୍ଦନ ଗୋରେଲ, ଇଂ ପ୍ରଦ୍ୟୁମ୍ନ କୁମାର ଦାଶ ଓ ମିହିର କାନ୍ତ ଦାସ ପ୍ରଶିକ୍ଷକ ଭାବେ ପର୍ଯ୍ୟାୟକ୍ରମେ ତାଲିମ ପ୍ରଦାନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା