
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଘରୋଇ ସଂସ୍ଥାରେ କୋଭିଡ୍ ଟେଷ୍ଟ ଏବେ ଶସ୍ତା ହେବ । ୧୨ ଶହ ଟଙ୍କାରେ ହେବ RT PCR ଟେଷ୍ଟ । ୨୨ ଶହ ଟଙ୍କାରୁ କମି ଏଣିକି ୧୨ ଶହ ଟଙ୍କାରେ କୋଭିଡ୍ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏବେ ରାଜ୍ୟରେ ୪ଟି ଘରୋଇ ଲ୍ୟାବ କରୋନା ଟେଷ୍ଟ କରୁଛନ୍ତି । ICMR ଅନୁମତି କ୍ରମେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର, ସମ୍ ହସ୍ପିଟାଲ, ଇନ୍ ଡିଏନଏ ଲାଇଫ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଜେନଏକ୍ସ ଡାଇଗ୍ନୋଷ୍ଟିକରେ କରୋନା ପରୀକ୍ଷା କରିହେଉଛି । ଏସବୁ ଘରୋଇ ଲ୍ୟାବରେ କରୋନା ପରୀକ୍ଷଣ ହେଉଥିବା ବେଳେ RMRC ଭୁବନେଶ୍ୱର ଏହାର ସୁପରଭିଜନ କରୁଛି ।
