

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ଆୟୋଗ ଜାନୁଆରୀ ମାସ ୨୦୧୯ ରେ ରାଜ୍ୟର ଯେଉଁ ଭୋଟର ତାଲିକା ପ୍ରକାଶ କରିଛନ୍ତି, ସେହି ଭୋଟର ତାଲିକାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍ ରେ ଏକ ବଡ ଅଂଶର ଭୋଟରମାନଙ୍କର ନାମ ସେ ତାଲିକାରୁ ବାଦ୍ ଦିଆଯାଇଛି । ଓଡିଶାର ୧୨ ଲକ୍ଷ ପରିବାରର ଏହି ସଂଶୋଧିତ ଭୋଟର ତାଲିକାରେ ନାମ ପ୍ରକାଶ ପାଇନାହିଁ, ଯଦିବା ସେମାନେ ଯୋଗ୍ୟ ଭୋଟର । ତେଣୁ ନିର୍ବାଚନ ଆୟୋଗ କାହା ପ୍ରରୋଚନାରେ ଏଭଳି ଏକ ସମ୍ବିଧାନ ବିରୋଧୀ, ଭୋଟରମାନଙ୍କର ଭୋଟ ଦେବା କ୍ଷମତାକୁ ଛଡାଇ ନେଲେ, ଏ ପ୍ରଶ୍ନ ଆଜି ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀବୃନ୍ଦଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଅନନ୍ତ ପ୍ରସାଦ ସେଠୀ ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି ଏଭଳି ଏକ ସଙ୍ଗୀନ ଘଟଣାର ପର୍ଦାଫାସ କରିବା ସହିତ କିଭଳି ଭାବରେ ରାଜ୍ୟର ଭୋଟରମାନଙ୍କୁ ଜାଣିସୁଣି ସେମାନଙ୍କର ନାମ ସଂଶୋଧିତ ଭୋଟର ତାଲିକରୁ ବାଦ ଦିଆଯାଇଛି । ତାର ତଥ୍ୟ ପ୍ରଦାନ କରିଥିଲେ । ଏଭଳି ଏକ ସଂଗୀନ ଘଟଣା ନିର୍ବାଚନ କମିଶନ ଜାଣିସୁଣି କୌଣସୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରଶି ହୋଇ ରାଜନୈତିକ ଫାଇଦା ଦେବା ଉଦ୍ଦେଶ୍ୟରେ କରିଛନ୍ତି କି? ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ରାଜ୍ୟର ୨୧ଟି ଜାକ ନିର୍ବାଚନ ମଣ୍ଡଳୀରେ ଏକ ପରିସଂଖନପ୍ରକାଶ କରିଛନ୍ତି ଯାହାକି ନିର୍ବାଚନ କମିଶନ ଏବଂ ରାଜ୍ୟ ସରକାରଙ୍କର କୌଣସି ବୁଝାମଣା ଭିତିରେ ଜାଣିସୁଣି ଏହି ଭୋଟରମାନଙ୍କ ନାମକୁ ତାଲିକାରୁ ବାଦ ଦିଆଯାଇଛି ।
ଲୋକସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକାରୁ ବାଦ ପଡ଼ିଥିବା ପରିବାର (ଗୃହ)
୧. ବରଗଡ଼ ୫୮,୭୨୪
୨. ସୁନ୍ଦରଗଡ଼ ୭୧,୮୧୬
୩. ସମ୍ବଲପୁର ୬୧,୭୮୦
୪. କେନ୍ଦୁଝର ୪୭,୬୦୬
୫. ମୟୁରଭଞ୍ଜ ୪୪,୬୨୦
୬. ଇାଲେଶ୍ୱର ୪୦,୫୯୪
୭. ଭଦ୍ରକ ୨୯,୦୭୮
୮. ଯାଜପୁର ୩୫,୪୦୦
୯. ଢ଼େଙ୍କାନାଳ ୪୨,୧୫୬
୧୦. ବଲାଙ୍ଗୀର ୬୧,୫୦୯
୧୧. କଳାହାଣ୍ଡି ୬୮,୦୮୧
୧୨. ନବରଙ୍ଗପୁର ୬୬,୫୨୮
୧୩. କନ୍ଧମାଳ ୬୧,୧୯୯
୧୪. କଟକ ୪୭,୦୨୭
୧୫. କେନ୍ଦ୍ରାପଡ଼ା ୪୩,୬୮୧
୧୬. ଜଗତସିଂହପୁର ୪୫,୪୨୯
୧୭. ପୁରୀ ୫୬,୮୬୦
୧୮. ଭୁବନେଶ୍ୱର ୧,୫୧୭୭୯
୧୯. ଆସ୍କା ୫୭,୧୮୯
୨୦. ବ୍ରହ୍ମପୁର ୬୦,୪୬୩
୨୧. କୋରାପୁଟ ୯୪,୩୩୫
ପ୍ରଦେଶ କଂଗ୍ରେସ କମିଟି ତରଫରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଇ ଦିଆଯାଉଛି ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ବାଦ ପଡ଼ିଥିବା ଏହି ପରିବାର ବର୍ଗର ଭୋଟରଙ୍କୁ ଯଥାଶୀଘ୍ର ଭୋଟର ତାଲିକାରେ ସାମିଲ୍ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରନ୍ତୁ, ଯାହାକି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବ । କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରିସି ନ ସାଜି ନିଜର ସାମ୍ବିଧାନିକ ଦାୟିତ୍ୱ ଏବଂ ପଦମର୍ଯ୍ୟଦାକୁ ବଜୟା ରଖିବା ପାଇଁ କଂଗ୍ରେସ ଦଳ ଚେତାବନୀ ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶିବାନନ୍ଦ ରାୟ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଉତ୍କଳ କେଶରୀ ରାଉତରାୟ, ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ବିଶ୍ୱଜିତ୍ ଦାସ ଏବଂ ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲର ପ୍ରବକ୍ତା ଶ୍ରୀ ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର