

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ ଯୁବ ପୁରୁଷ ଓ ମହିଳା ମୁଷ୍ଟିଯୁଦ୍ଧ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚୟନ ଶିବିରରେ ୧୦ଟି ଜିଲ୍ଲାର ୬୦ ଜଣ ମୁଷ୍ଟି ଯୋଦ୍ଧା ଭାଗ ନେଇଛନ୍ତି ସେଥିମଧ୍ୟରୁ ପୁରୁଷ-୪୫, ମହିଳା-୧୫ । ଏଥିରେ ଯେଉଁ ପ୍ରତିଯୋଗୀମାନେ ବିଜୟଲାଭ କରିବେ ସେମାନେ ଉତ୍ତରାଖଣ୍ଡର ରୁଦ୍ରପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ମୁଷ୍ଟି ଯୁଦ୍ଧ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପାଇବେ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଫିସିଆଲ ଭାବେ ଜାତୀୟ ସ୍ତରର ରେଫେରୀ ଶିଶିର କୁମାର ପାଣିଗ୍ରାହୀ, କେ. ପ୍ରଭାକର ରାଓ, ଶିବରାମ ପାତ୍ର, ଅରକ୍ଷିତ ପାଣିଗ୍ରାହୀ, ସୁଦର୍ଶନ ସାହୁ, ବିଜୟ ଚନ୍ଦ୍ର ଦାଶ, ଲଡୁ କିଶୋର ସାହୁ, ପଦ୍ମନାଭ ପାତ୍ରଙ୍କ ସମେତ ବ୍ରହ୍ମପୁର ଷ୍ଟାଡିୟମରେ ଅଭ୍ୟାସ କରୁଥିବା ସମସ୍ତ ବରିଷ୍ଠ ଖେଳାଳୀ ସହଯୋଗ କରିଥିଲେ । ଓଡିଶା ଆମେଚର ବକ୍ସିଙ୍ଗ ଏସୋସିଏସନଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ଏବଂ ଗଞ୍ଜାମ ବକ୍ସିଙ୍ଗ କ୍ଲବର ମିଳିତ ଅନୁକୁଲ୍ୟରେ ସମସ୍ତ କର୍ମକର୍ତ୍ତା ଓ ଖେଳାଳିଙ୍କ ସହଯୋଗରେ ନିହିତ ଥିଲା । ଆଜିର ଏହି ପ୍ରତିଯୋଗିତାରେ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ପ୍ରଫୁଲ୍ଲ ଜଗନ୍ନାଥ ପାଢ଼ୀ, ଅଶୋକ କୁମାର ସାହୁ, ଅଜୟ ତିଆଡ଼ି, ଉପେନ୍ଦ୍ର ପଟ୍ଟନାୟକ, ନିମାଇ ବେବର୍ତ୍ତା, ଭାଗିରଥି ସ୍ୱାଇଁ ଅତିଥି ଭାବେ ଉପସ୍ଥିତ ରହି ବଜରଙ୍ଗ ବାଲିଙ୍କୁ ପୂଜା କରି ପ୍ରତିଯୋଗିତା ଶୁଭାରମ୍ଭ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା










