
ଭୁବନେଶ୍ୱର( ସମୃଦ୍ଧ ଓଡିଶା)ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷାବର୍ଷ ୨୦୧୭ ରେ ରାଜ୍ୟସ୍ତରୀୟ ଶିକ୍ଷକ ସମ୍ମାନରେ ମନୋନୀତ ହୋଇଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ୨୦୧୭ – ୨୦୧୮ ବର୍ଷ ରାଜ୍ୟର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରୁ ୫୭ ଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିଲା । ତେବେ ଶନିବାର ଦିନ ପବିତ୍ର ଉତ୍କଳ ଦିବସ ତଥା ୮୮ ତମ ଓଡ଼ିଶା ଦିବସ ସମାରୋହ ଅବସରରେ ବ୍ରହ୍ମପୁର ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସାଂସ୍କୃତିକ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ , ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , ରାଜ୍ୟ ଗୃହ ନିର୍ମାଣ ଓ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଡ଼ . ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ , ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ , ସୁବାଷ ମହାରଣା , ଉତ୍କଳ ଓଡ଼ିଆ ପରିଷଦ ଅଧ୍ୟକ୍ଷ ପ୍ରମୋଦ ପଣ୍ଡା , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ସମେତ ବହୁ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ସହ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ । ଖବରନୁଯାୟୀ , ସାନଖେମୁଣ୍ଡି ବ୍ଲକ କଲରାପଦର ଗ୍ରାମ ପିତା ଲିଙ୍ଗରାଜ ପଟ୍ଟନାୟକ ଓ ସ୍ବର୍ଗତ ମାତା ମାୟା ପଟ୍ଟନାୟକଙ୍କ ପୁଅ ଗୋପୀନାଥ ପଟ୍ଟନାୟକ ବାପାମାଆଙ୍କ ଅନୁପ୍ରାଣିତରେ ଶିକ୍ଷା ଲାଭ କରି ୧୯୮୯ ମସିହାରେ ପ୍ରଥମେ ଗଜପତି ଜିଲ୍ଲା ଆର୍ . ଉଦୟଗିରି ବ୍ଳକ ରାମଗିରି କ୍ଳଷ୍ଟର ତୁମାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏହାପରେ ୧୯୯୨ ମସିହାରେ ବଦଳି ହୋଇ ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତର କେଦାରପୁର ବିଦ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଥିଲେ । ଦୀର୍ଘ ୩୨ ବର୍ଷ ଏହି ବିଦ୍ୟାଳୟରେ ଜଣେ ଆଦର୍ଶ ଶିକ୍ଷକ ଓ ପରେ ୨୦୧୮ ରେ ପ୍ରଧାନଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରି ଶେଷରେ ୨୦୨୩ ଫେବୃଆରୀ ମାସରେ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିଲେ । ଏହି ଶିକ୍ଷକତା ଜୀବନକାଳ ମଧ୍ୟରେ ବିଦ୍ୟାଳୟକୁ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଗଢା ସୌନ୍ଦର୍ଯ୍ୟମୟ ସ୍କୁଲ ଭାବେ ପରିଗଣିତ କରିଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ, ଗୁରୁ ଶିଷ୍ୟ ଓ ଅଭିଭାବକ ଅଭିଭାବିକା, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ସୁସମ୍ପର୍କ ରଖି ଗ୍ରାମବାସୀଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ଏଥିସହ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଭଳି ଅନେକ ପୁରସ୍କାର ପାଇବାରେ ଗୈାରବ ଲାଭ କରିଥିଲେ । ପୁଣି ଆଜି ରାଜ୍ୟସ୍ତରୀୟ ଶିକ୍ଷକ ସମ୍ମାନରେ ପୁରସ୍କାର ପାଇବାରେ ଗୈାରବ ଲାଭ କରି ଉଭୟ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳ ପାଇଁ ଗର୍ବିତ । ଏହି ଅବସରରେ ପୁରସ୍କାର ବିତ ଶ୍ରୀ ପଟ୍ଟନାୟକ ଦିଗପହଣ୍ଡି ଅଞ୍ଚଳର ସମସ୍ତ ଜନସାଧାରଣ , ବିଦ୍ୟାଳୟ କର୍ତ୍ତୃପକ୍ଷ , ଗୋଷ୍ଠୀ ଶିକ୍ଷାଧିକାରୀ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତା ଓ କୁଶପଡା ପଞ୍ଚାୟତ ବାସୀଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ । ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ , ପୂର୍ବତନ ତଥା ବର୍ତ୍ତମାନର ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ଏବିଇଓ ବାଳା ମାଝୀ , ବିଶ୍ରବା ପାଇକ , ରସାନନ୍ଦ ଘଡେଇ ସମେତ ମିଳିତ ଶିକ୍ଷକ ସଂଘ , ପୂର୍ବତନ ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବର , ଦିଗପହଣ୍ଡି ବ୍ଳକ ବିଡ଼ିଓ ଚିତ୍ତରଞ୍ଜନ ଦାସ , ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ସମାଜସେବୀ ଏମ୍ . ନିରଞ୍ଜନ ରେଡ୍ଡୀ , ଶିକ୍ଷକ ସନାତନ ପଟ୍ଟନାୟକ , ରାମଚନ୍ଦ୍ର ସେଠୀ , ପ୍ରଭାକର ଘଡେଇ , ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁ , ସିଆରସିସି ସୁବ୍ରତ କୁମାର ପଣ୍ଡା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁରେଶୁ ରଣା , ସରପଞ୍ଚ ପ୍ରତିନିଧି ପ୍ରଦୀପ ସେଠୀ , ସମିତି ସଭ୍ୟ ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା , ନାଏବ ସରପଞ୍ଚ ରାମହରି ଦୋରା , ଶିକ୍ଷକ ଆର୍ . ଦେବହରୀ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଥିଲେ।

