ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ମନିଟରିଂ କମିଟି ପକ୍ଷରୁ ହସ୍ପିଟାଲର କ୍ୱାଲିଟି ସର୍କଲ ଟିମଙ୍କ ସହ ଆଲୋଚନା…

ଛତ୍ରପୁର (ସମୃଦ୍ଧ ଓଡିଶା) ୨୦୧୮-୧୯ରେ କାୟାକଳ୍ପ ପ୍ରଶଂସନୀୟ ପରୁସ୍କାର ଗଞ୍ଜାମ ଜିଲ୍ଲା ହେଡକ୍ୱାର୍ଟରରେ ଥିବା ଛତ୍ରପୁର ହସ୍ପିଟାଲକୁ ମିଳିଥିଲା । ଏହି ପୁରସ୍କାର ପାଇବା ପରେ ଭାରତ ସରକାରଙ୍କଠାରୁ ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ (ଏନ୍‌କ୍ୟୁଏସ) ପ୍ରମାଣପତ୍ର ହାସଲ କରିବା ପାଇଁ ହସ୍ପିଟାଲ କତ୍ତୃର୍ପକ୍ଷ ଉଦ୍ୟମ ଜାରି ରଖିଛନ୍ତି । ହସ୍ପିଟାଲର ଆଇପିଡି, ଅପରେଶନ ଥିଏଟର, ପେଡିଆଟ୍ରିକ୍‌, କାଜୁଆଲଟି, ପ୍ରସୂତି ଗୃହ, ଏକ୍ସ-ରେ, ଓପିଡି, ଗାଇନିକ୍‌, ମେଡିସିନ୍‌ ଓ ଜେନେରାଲ ୱାର୍ଡ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ନିରାମୟ ଆଦିକୁ ଆଧାର କରି ଏନ୍‌କ୍ୟୁଏସ ପ୍ରମାଣପତ୍ର ପାଇଁ ମାର୍କ ମିଳିଥାଏ । ଏସବୁ ମଧ୍ୟରୁ ପ୍ରସୂତି ଗୃହ ଓ ଏହାର ଅପରେଶନ ଥିଏଟରର ମାନରେ ଉନ୍ନତି ହେଲେ ‘ଲକ୍ଷ୍ୟ’ ପୁରସ୍କାର ଦିଆଯାଇଥାଏ । ଏହି ପୁରସ୍କାର ପାଇବା ପାଇଁ ଛତ୍ରପୁର ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ କରି ଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ମନିଟରିଂ କମିଟି ହସ୍ପିଟାଲକୁ ଆସି ତଥ୍ୟ ସଂଗ୍ରହ ସହ ହସ୍ପିଟାଲର କ୍ୱାଲିଟି ସର୍କଲ ଟିମଙ୍କ ସହ ଆଲୋଚନା କରିଥିଲେ । ସରୋଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଟିମରେ ବ୍ରହ୍ମପୁର ସ୍ଥିତ ସିଡିଏମଓଙ୍କ ଅଫିସ୍‌ରୁ କ୍ୱାଲିଟି ଆସ୍ୟୁରାନ୍ସର ଆସିଷ୍ଟାଣ୍ଟ ମ୍ୟାନେଜର ସଞ୍ଜୟ ପରିଡା, ଆରସିଏଚର ଡେ଼ପ୍ୟୁଟି ମ୍ୟାନେଜର ଶକ୍ତି ଦିଗାଲ ଆସିଥିଲେ । ଆଲୋଚନା ବୈଠକରେ ସିନିୟର କନସଲଣ୍ଟାଣ୍ଟ ଡା.ଜିତେନ୍ଦ୍ର ମୋହନ ବେବର୍ତ୍ତା, ଡା.ସୁଦର୍ଶନ ସାହୁ ଓ ଡା. ମୋହନ ବାରିକ, ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡାଙ୍କ ସମେତ ହସ୍ପିଟାଲ କ୍ୱାଲିଟି ସର୍କଲ ଟିମ୍‌ ସଦସ୍ୟମାନେ ଉପସ୍ଥିତ ଥିଲେ । ଟିମ୍‌ର ସଦସ୍ୟ ପ୍ରଥମେ ଛତ୍ରପୁର ହସ୍ପିଟାଲ ପ୍ରସୂତି ଗୃହ ଓ ଅପରେଶନ ଥିଏଟର ପରିଦର୍ଶନ କରିଥିଲେ । ଲକ୍ଷ୍ୟ ପ୍ରମାଣପତ୍ର ପାଇଁ ପ୍ରସ୍ତୁତି ଗୃହ ଓ ଅପରେଶନ ଥିଏଟର କିଭଳି ରହିବ ତାହାର ଗାଇଡଲାଇନ ସମ୍ପର୍କରେ ହସ୍ପିଟାଲ ଟିମକୁ ପରାମର୍ଶ ଦେଇଥିଲେ । ଶିଶୁ ଓ ମାତୃ ମୃତ୍ୟୁହାର କମାଇବା ଉଦ୍ଦେଶ୍ୟରେ ଏହି ଲକ୍ଷ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛ । ଲକ୍ଷ୍ୟ ପୁରସ୍କାର ହାସଲ କଲେ ଏ ବାବଦରେ ୩ ବର୍ଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅନୁଦାନ ମିଳିବ । ପ୍ରସ୍ତୁତି ଗୃହ ଓ ଏହାର ଅପରେଶନ ଥିଏଟର ସଫାସୁତୁରା ରଖିବା, ଶୀତତାପ ନିୟନ୍ତ୍ରିତ କରିବା ଓ ଟାଇଲ ପକାଇବା, ପ୍ରସ୍ତୁତିଙ୍କୁ ଗାଉନ ପିନ୍ଧାଇ ନେବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲେ । ପରେ ପୁଣି କେନ୍ଦ୍ରୀୟ ଟିମ ଆସି ତଥ୍ୟ ସଂଗ୍ରହ କରିବେ ବୋଲି ସୂଚନା ମିଳିଛି ।ଛତ୍ରପୁର ହସ୍ପିଟାଲରେ ଗଠିତ କ୍ୱାଲିଟି କଣ୍ଟ୍ରୋଲ ସର୍କଲ ଟିମରେ ହସ୍ପିଟାଲ ଅଧିକ୍ଷକ, ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗର ସ୍ପେସାଲିଷ୍ଟ, ଶିଶୁ ରୋଗ ବିଶେଷଜ୍ଞ, ହସ୍ପିଟାଲ ମ୍ୟାନେଜର, ପ୍ରସ୍ତୁତି ଗୃହର ଇନଚାର୍ଜ, ଆସିଷ୍ଟାଣ୍ଟ ମ୍ୟାଟ୍ରନ, ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା