ରାଣୀପଡ଼ାରେ ମା’ବ୍ରାହ୍ମଣୀଦେବୀ ନାଟ୍ୟକଳା ସଂସଦ ପକ୍ଷରୁ ପାରିବାରିକ ସାମାଜିକ ନାଟକ ମଞ୍ଚସ୍ଥ:ଉଦଘାଟନ କଲେ ବିଧାୟକ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ପୌର ପରିଷଦ ଅଧିନସ୍ଥ ରାଣୀପଡାରେ ଗତକାଲି ସନ୍ଧ୍ୟାରେ ଶ୍ରୀ ଶ୍ରୀ ମା’ ବ୍ରାହ୍ମଣିଦେବୀ ନାଟ୍ୟକଳା ସଂସଦ ପକ୍ଷରୁ ଶ୍ରେଷ୍ଟ ପାରିବାରିକ ସାମାଜିକ ନାଟକ ‘କିଏ ଭାଇବନ୍ଧୁ କିଏ କୁଟୁମ୍ବ’ ମଞ୍ଚସ୍ଥ ହୋଇଯାଇଛି । ଏହି ନାଟକକୁ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ଏଥିରେ ବିଧାୟକଙ୍କ ସମେତ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟର ସଂପାଦକ, ପୋଲସରା ବ୍ଲକ ଅଧ୍ୟକ୍ଷ, ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷ, ବୁଗୁଡା ଏନଏସିର ପୂର୍ବତନ ଉପାଦକ୍ଷ, ସରପଞ୍ଚ, ସମିତି ସଭ୍ୟମାନଙ୍କ ସମେତ କଣ୍ଟଶିଳ୍ପୀ ମିସ ଅର୍ପିତା ଅଂଶ ଗ୍ରହଣ କରିଥିଲେ । ଏଥି ସହ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା