ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ୭୦ତମ ଗଣରାଜ୍ୟ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ତାଳବରକୋଟର ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, କମିଟି ସଦସ୍ୟ ଓ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ । ଏହି ଶୁଭ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥୀ ପତାକା ଉତ୍ତୋଳନ କରିଥିଲେ ଓ ଉପସ୍ଥିତ ସମସ୍ତ ଜନତା ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇଥିଲେ । ଏହି ବର୍ଷ ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଉପଲକ୍ଷେ ତାଙ୍କର ସ୍ୱଚ୍ଛ ଭାରତ ଓ ସୁସ୍ଥ ପରିବେଶ ଗଠନ ସ୍ୱପ୍ନ ସାକାର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏଭଳି ଏକ ଜାତୀୟ ଦିବସରେ ଏକ ଜାତୀୟ ପକ୍ଷୀର ଉପସ୍ଥିତି ଆମ ପାଇଁ ଏକ ଶୁଭ ସୂଚନା ତଥା ଆମଦେଶ ସର୍ବଦା ସ୍ୱାଧୀନ ଓ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ହୋଇ ରହିବାର ସଂକେତ ପ୍ରଦାନ କରୁଥିବା ସମସ୍ତେ ଅନୁଭବ କରିଥିଲେ । ଆମେ ସମସ୍ତେ ଦେଶ ଗ୍ରାମରେ ଆବଦ୍ଧ ରହି ସ୍ୱାଧୀନତା ଓ ଗଣତନ୍ତ୍ରକୁ ଯଥାମତେ ସୁରକ୍ଷୀତ ରଖିବାକୁ ଜାତୀୟ ପତାକା ତଳେ ସଂକଳ୍ପ ଦେବା ପାଇଁ ପ୍ରଧାନଶିକ୍ଷକ ଉପସ୍ଥିତ ସମସ୍ତ ଜନତାଙ୍କୁ ନିବେଦନ କରିଥିଲେ । ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତି ଧବେଶ୍ୱର ଧଳ ସାମନ୍ତଙ୍କ ସ୍ମୃତିରେ ପରେ ଶେଷୋରିଆଲ ଟ୍ରଷ୍ଟ ପକ୍ଷରୁ ତାଙ୍କର ସୁପୁତ୍ର ବିଭୁତି ଭୂଷଣ ଧଳ ସାମନ୍ତ, ୨୦୧୮ ମସିହା ହାଇସ୍କୁଲ ବାର୍ଷିକ ପରୀକ୍ଷାରେ ୬୦୦ ନମ୍ବରରୁ ସର୍ବୋଚ୍ଚ ୫୨୭ ନମ୍ବର ରଖିଥିବା ଛାତ୍ରୀ ଧରିତ୍ରୀ ସାମଲଙ୍କୁ ମାନପତ୍ର ଓ ୭୧୦୦ ଟଙ୍କା ପୁରସ୍କାର ପ୍ରଧାନ ପୂର୍ବକ ସମ୍ମାନିତ କରିଥିଲେ ଏବଂ ପ୍ରତିବର୍ଷ ଏହି ପ୍ରକ୍ରିୟା ଜାରି ରହିବାକୁ ଘୋଷଣା କରିଥିଲେ । ବିଦ୍ୟାଳୟର ଫୁଟବଲ ଟିମର ସଦସ୍ୟ ମନୁ ରାଉତ ଅବସରରେ ସମ୍ମାନିତ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ମିଷ୍ଟାନ ବଣ୍ଟନ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି