ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ନଗର ମିନି ଷ୍ଟାଡିୟମ ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସମେତ କାଟୁ ନଗର ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗଞ୍ଜାମ ଜିଲ୍ଲା ଅନ୍ତର୍ଯ୍ୟାମୀ ପ୍ରଧାନ(ଗଞ୍ଜାମ ଜିଲ୍ଲା ସେବା ପ୍ରମୁଖ), ସମ୍ମାନିତ ଅତିଥି ଭାବେ ଡଃ ପ୍ରଭାକର ସାହୁ, ଏହାସହ ଗଞ୍ଜାମ ଜିଲ୍ଲା ସଂଘ ଚାଳକମାନେ ଯୋଗ ଦେଇଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ଏହାପରେ ସେହି ପରମ ପବିତ୍ର ଭଗବା ଧ୍ୱଜ ବନ୍ଦନା କରି ଭଗବା ଧ୍ୱଜ ନିକଟରେ ନିଜର ରାଶି ବା ଟଙ୍କା ଅର୍ପଣ କରାଯାଇଥିଲା । ଶେଷରେ ମୁଖ୍ୟ ଅତିଥି ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ ପାଶ୍ଚାତ୍ୟ ସଂସ୍କୃତି ରକ୍ଷା କରି ମାତୃଭୂମି ପରମ ବୈଭବଶାଳୀ ପର୍ଯ୍ୟନ୍ତ ନେଇଯିବା ଆମର ଲକ୍ଷ୍ୟ । ପ୍ରଭୁ ରାମଚନ୍ଦ୍ର, ବିକ୍ରମାଦିତ୍ୟ, ଛତ୍ରପତି ଶିବାଜୀ, ରାଣାପତାପ, ଲକ୍ଷ୍ମୀବାଈ ଏହି ଗୈରିକ ପତାକା ଧରି ୟୁଦ୍ଧରେ ଜୟ ଲାଭ କରିଥିଲେ । ୧୯୨୮ ମସିହାରେ ଗୁରୁ ପୂର୍ଣ୍ଣିମା ଦିନ ଭଗବା ଧ୍ଵଜକୁ ଗୁରୁ ରୂପେ ପ୍ରସ୍ତାବିତ କରି ଡକ୍ଟର ଜୀ ଗୁରୁ ଦକ୍ଷିଣା ଦେଇଥିଲେ । ସମସ୍ତଙ୍କ ଇଚ୍ଛା ଥିଲା ଯେ, ଡକ୍ଟର ଜୀ ସଂଘ ଗୁରୁ ହୁଅନ୍ତୁ ସେଠାରେ ସେ ମାନା କଲେ ସେ କହିଥିଲେ ଯେ ଗୈରିକ ଧ୍ଵଜକୁ ସଂଘ ଗୁରୁ ରୂପେ ଗ୍ରହଣ କରାଗଲା ଏବଂ କହିଥିଲେ ଯେ ସଂଘ ବ୍ୟକ୍ତି ନିଷ୍ଠା ନହୋଇ ତତ୍ତ୍ବଇଷ୍ଟ ହେଉ ଶେଷ । ଏହାସହ କହିଥିଲେ ଲୋକେ ଆର.ଏସ୍.ଏସ୍. କୁ ଜାଣନ୍ତି କିନ୍ତୁ ପ୍ରତିଷ୍ଠାତା କୁ ଜାଣନ୍ତି ନାହିଁ, ତେରା ବୈଭବ ଅମର ରହେ ମା ହମ୍ ଦି ଚାର ରହେ ନ ରହେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ କୁଶ ମହାରଣା, ସନ୍ନ୍ୟାସୀ ପୁଷ୍ଟି(ହିଞ୍ଜିଳିକାଟୁ ଖଣ୍ଡ ଶାରୀରିକ ପ୍ରମୁଖ), ସନ୍ତୋଷ ସାବତ, ଉମା ପାଢୀ, ଡକ୍ଟର ବୁଦାବନ ପାଢୀ, କୁମୁଦ ପାଢ଼ୀ, ରାଜେନ୍ଦ୍ର ପାଢ଼ୀ, କଳାକାର ପୃଷ୍ଟି ହିଞ୍ଜିଳିକାଟୁ କୁଟୁମ୍ବ ପ୍ରବେଧନ ପ୍ରମୁଖ, ଦେବେନ୍ଦ୍ର ସାହୁ, ବିଜେପି ନଗର ସଭାପତି ମାଧବ ଗୌଡ, କରୁଣାକର ବାଡତ୍ୟା ଅଂଶ ଗ୍ରହଣ କରିଥିଲେ । ଏଥିସହ ଅନେକ ଗ୍ରାମ ବ୍ରାହ୍ମଣଛାଇ, ପିତଳ, ନରେନ୍ଦ୍ର ପୁରୁ, ପୋଡଙ୍ଗି, ଶିକିରି, ରାଳବ ସାପୁଆ ପଲ୍ଲୀ, ଗିରିଆ, ଆଲପୁର, ରାଳବ, ଅନ୍ତରି ଗାଁରେ ମଧ୍ୟ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା