
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱରରୁ କମର୍ଦ୍ଦା ଅଭିମୁଖେ ଯାଉଥିବା ଏକ ବାଇକ୍ ନାମ୍ପୋ ଓ ତାଳବଣିଆ ମଧ୍ୟବର୍ତ୍ତୀ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଜଣେ ଯୁବକର ମୃତ୍ୟୁ ହେବା ସହିତ ସହଯୋଗୀ ଗୁରୁତର ହୋଇ ଚିକିତ୍ସାଧିନ ରହିଛି । ଦ୍ରୁତଗତିରେ ବାଇକ୍ଟି ଗଲାବେଳେ ରାସ୍ତାର ଏକ ମୋଡଠାରେ ରାସ୍ତା କଡରେ ଥିବା ପିଲର୍ ଦେହରେ ବାଡେଇ ହୋଇ ସତ୍ୟବ୍ରତ ଜେନା (୨୭)ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସେଥିରେ ଥିବା ମଧୁସୂଦନ ଜେନା(୨୬) ଗୁରୁତର ହୋଇ ବସ୍ତା ଡାକ୍ତରଖାନାରେ ଚିକିତ୍ସତ ଥିବା ବେଳେ ମୃତ ବ୍ୟକ୍ତିର ଶବ ବ୍ୟବଚ୍ଛେଦ ବସ୍ତା ଠାରେ ହେବାର ବ୍ୟବସ୍ଥା କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା