
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟି ଅଂଚଳର ବିଭିନ୍ନ ରାସ୍ତାକଡରେ କାଳାତିପାତ କରୁଥିବା ଦରିଦ୍ର, ନିଃସହାୟ, ବାସହୀନ ଓ ବେସାହାରା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମର ଉଦ୍ଘାଟାନ କରିଛନ୍ତି ଉପଜିଲାପାଳ ନିଲୁ ମହାପାତ୍ର । ସଂପ୍ରତି କରୋନାର ଭୟାବହତା ଯୋଗୁଁ ଅନ୍ୟତ୍ର ଯାତାୟାତ କରିପାରୁନଥିବା କେତେକ ନିସ୍ୱ, ବୃଦ୍ଧ, ଅପାରକ, ରୋଗୀ ଶେଣୀର ଲୋକଙ୍କୁ ଜଳେଶ୍ୱରର ଷ୍ଟେସନବଜାର ଅଂଚଳରେ ଗଢିଉଠିଥିବା “ନୂତନ କିରଣ” ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିବା ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆଜି ଶନିବାରରେ ସେ ଲୋକାର୍ପିତ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଥିବା ବହୁ ବୁଦ୍ଧିଜିବୀ ଓ ସ୍ୱେଚ୍ଛାସେବୀ ସଂଗଠନ ପ୍ରଶଂସା କରିଛନ୍ତି । ଏପରି ମହାମାରୀ ସମୟରେ ସହାୟତାର ହାତ ବଢାଇଥିବା ସଂସ୍ଥାର କର୍ମକର୍ତ୍ତାଙ୍କୁ ଉପଜିଲାପାଳ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମ୍ୟୁନିସୀପାଲଟିର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ବିଡୀଓ ଦୀପ୍ତିରଂଜନ ସେଠୀ, ଉତ୍ତନ୍ୟାୟାଳୟର ବରିଷ୍ଠ ଆଇନଜିବୀ ରାମଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଏପରି କାର୍ଯ୍ୟକ୍ରମକୁ ଚଳାଇ ରଖିବାକୁ ପରାମର୍ଶ ଦେଇଥିଲେ । ସଂସ୍ଥାର ମୁଖ୍ୟ ସାମ୍ବାଦିକ ଗୌରଗୋପାଳ ସେଣ, ସହକାରୀ ସତ୍ୟଜିତ୍ ବେଜ, ରବିନ୍ଦ୍ର ନାଥ ପାତ୍ର, ସାଂବାଦିକ ରବିନାରାୟଣ ପାତ୍ର, ବରିଷ୍ଠ ସାମ୍ବାଦିକ ଅବନୀ କୁମାର ଚାନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା