

ରାୟଗଡା (ସମୃଦ୍ଧ ଓଡିଶା) ନିର୍ବାଚନ ତାରିଖ ଘୋଷଣା ଏବଂ ଆଚରଣ ବିଧି ଲାଗୁ ପରେ ରାୟଗଡା ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପାଇଁ ସବୁ ଦିଗରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ନିର୍ବାଚନ ତାରିଖ ଘୋଷଣାର ୨୪ଘଣ୍ଟା ଭିତରେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ରାଜନୈତିକ ଦଳର ପୋଷ୍ଟର, ବ୍ୟାନର, ନେତାଙ୍କ ଫଟୋ ଥିବା ହୋର୍ଡିଂ ଆଦିକୁ ହଟାଇ ଦିଆଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦେଶ ପ୍ରକାରେ ସମସ୍ତ ସରକାରୀ କାର୍ୟ୍ୟାଳୟ ସମେତ ରାସ୍ତା ପାର୍ଶ୍ୱରେ ଲାଗିଥିବା ବ୍ୟାନରକୁ ସରକାରୀ ଅଧିକାରୀଙ୍କ ଉପସ୍ତିଥିରେ ହଟା ଯାଇଛି । ଜିଲାର ରାୟଗଡା, ଗଣପୁରୁ ଏବଂ ବିଷମକଟକ ୩ଟି ର୍ନବାଚନ ମଣ୍ଡଳୀରେ ପ୍ରଥମ ପର୍ୟ୍ୟାୟ ଅପ୍ରେଲ ୧୧ରେ ନିର୍ବାଚନ କରିବାକୁ କମିଶନଙ୍କ ନିର୍ଦେଶ ରହିଛି । ଏହି ତାରିଖରେ କୋରାପୁଟ ଲୋକସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଚଳିତ ମାସ ୧୮ରେ ବଜ୍ଞିପ୍ତି ଜାରି ହେବାକୁ ଥିବା ବେଳେ ପ୍ରାରଥୀ୍ପତ୍ର ଦାଖଲ ତାରିଖ ମାର୍ଚ୍ଚ ୨୫ ଧାର୍ୟ୍ୟ କରାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


