

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୁତି ରଞ୍ଜନ ଲେଙ୍କା ଓ ସମ୍ପାଦକ ଚିନ୍ମୟ କୁମାର ହୋତାଙ୍କ ତତ୍ବାବଧାନ କ୍ରମେ ହିଞ୍ଜିଳି ଯୁବ କଂଗ୍ରେସର ସଦସ୍ୟମାନେ ଏଆଇସିସି ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକତ୍ସାଳୟରେ ସମସ୍ତ ରୋଗୀମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବାଣ୍ଟନ କରାଯାଇଛି । ଏହି କାଯ୍ୟକ୍ରମରେ ହିଞ୍ଜିଳି ଯୁବ କଂଗ୍ରେସ ନେତା କହ୍ନେୟାଲାଲ ସାବତ ଓ ସାଥି ମନୋଜ କୁମାର ଗୌଡ଼, ପବିତ୍ର ସେଠି, ସାଗର ଦାସ, ରାଜେଶ ସେଠି ଓ ଛାତ୍ର ନେତା ଚନ୍ଦନ କୁମାର ପାଢ଼ି, ଶ୍ରୀକାନ୍ତ, ବଣ୍ଟି, ବିଶାଳ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

