

ରାୟଗଡ଼ା (ସମୃଦ୍ଧ ଓଡିଶା) ପବିତ୍ର କାର୍ତ୍ତିକ ପୂର୍ଣ୍ଣୀମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ ବେଳେ ରାୟଗଡା ଜିଲ୍ଲାରେ ଦୁଇଟି ବିଭିନ୍ନ ସ୍ଥାନରେ ଅଘଟଣ ଘଟି ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ ରାୟଗଡ ସହର ନିକଟସ୍ଥ ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଭୋର ୪ ଘଟିକା ସମୟରେ ସ୍ଥାନୀୟ ଉତ୍କଳ ଗୌରବ ମଧୂସୁଧନ ବୈଷୟିକ ଶିକ୍ଷାଅନୁଷ୍ଠାନରେ ଡିପ୍ଲୋମା ମେକାନିକାଲ ଦ୍ଵିତୀୟ ବର୍ଷ ପଢିଥିବା ୪ ଜଣ ଛାତ୍ର ସାଙ୍ଗ ହୋଇ ବୋଇତ ବନ୍ଦାଇବା ପାଇଁ ଯାଇଥିଲେ । ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ସୁମନ ବେହେରା (୧୭)ଙ୍କ ଅସବଧାନତା ବସତଃ ପଥର ଉପରେ ଶିଉଳୀ ହୋଇଥିବା ଯୋଗୁଁ ଗୋଡ ଖସି ଯାଇ ନଦୀର ଭଉଁରୀରେ ପଡିଯାଇଥିବା ପ୍ରତ୍ୟକ୍ଷଦର୍ଶୀ ଛାତ୍ରମାନେ କହିଥିଲେ । ଏହି ସମୟରେ ସ୍ଥାନୀୟ ଗ୍ରାମ ବସୀ ଏବଂ ସାଙ୍ଗରେ ଯାଇଥିବା ଛାତ୍ର ମାନେ ବୁଡିଯାଉଥିବା ଛାତ୍ର ସୁମନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନଦୀର ଗଭିର ଭିତରୁ ଉଧାର କରିପାରି ନଥିଲେ । ଏହାପରେ ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଉଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପୋଲିସର ଏକ ଟିମ ପହଁଞ୍ଚି ଥିଲା । ବହୁ ଖୋଜା ଖୋଜି କରିବା ପରେ ଘଟଣା ସ୍ଥଳରୁ ପ୍ରାୟ ୬୦୦ ମିଟର ଦୂର ମାରିଗୁଡା ଗ୍ରାମର ଘାଟରେ ଛାତ୍ର ସୁମନଙ୍କୁ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ଛାତ୍ର ସୁମନଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସୁମନଙ୍କ ଘର ରାୟଗଡା ଜିଲ୍ଲାର ମୁନିଗୁଡା ଅଞ୍ଚଳର ବୋଲି ଜଣାପଡିଛି । ସେହିଭଳି ଅନ୍ୟ ଏକ ଘଟଣାରେ ରାମଣାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡାଠାରେ ବଂଶଧାରା ନଦୀକୁ ସ୍ଥାନୀୟ ଗୋପାଳପୁର ସାହିର ଏକ ପରିବାର ବୋଇତ ବନ୍ଦାଣ ଉତ୍ସବ ପାଳନ କରିବାକୁ ଯାଇଥିବା ସମୟରେ ଗୋଡ ଖସି ଯିବାରୁ ସନ୍ତୋଷ ଜେନା ନାମକ (୧୯)ର ଯୁବକ ନଦୀର ଗଭୀର ଜଳ ମଧ୍ୟକୁ ଚାଲିଯାଇ ବୁଡି ଯାଇଥିଲେ । ଏହି ସମୟରେ ଉପସ୍ଥିତ ପରିବାର ଉଦ୍ଧାର କରିବାକୁ ଚେଷ୍ଟାକରି ଉଦ୍ଧାର କରିପାରି ନଥିଲେ । ଏହାପରେ ଗୁମୁଡା ସ୍ଥିତ ଦମକଳ ବାହିନୀ ଖବର ପାଇ ଘଟଣା ସ୍ଥଳକୁ ଯାଇ ଖୋଜାଖୋଜି କରି ନଦୀ ଗର୍ଭରୁୁ ସନ୍ତୋଷଙ୍କୁ ଉଦ୍ଧାରକରି ପଦ୍ମପୁର ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମୃତ ସନ୍ତୋଷଙ୍କୁ ବ୍ୟବଛେଦ ନିମନ୍ତେ ଗୁଣୁପୁର ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

