ରାୟଗଡ଼ା(ସମୃଦ୍ଧ ଓଡିଶା)ରାୟଗଡ଼ା ବ୍ଲକ ଓ ଓରମାସ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିସିଡି ଉଚ୍ଚ ବିଦ୍ୟାଳୟ ପଡିଆରେ ନିଯୁକ୍ତ ଭିତ୍ତିକ ଯୋଜନା ଅନ୍ତର୍ଗତ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଗ୍ରାମାଞ୍ଚଳ ବେକାରୀ ଯୁବକ, ଯୁବତୀଙ୍କୁ ବିଭିନ୍ନ ଧନ୍ଦାମୂଳକ ତାଲିମ ପ୍ରଦାନ ସହ ରୋଜଗାରକ୍ଷମ କରିବା ସକାଶେ ଉକ୍ତ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓରମାସ ଯୁଗ୍ମ ନିର୍ଦ୍ଦେଶକ ମନୋଜ ପାତ୍ର ଯୋଗ ଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷ ପେଦେଣ୍ଟି ରାମୁଲୁ, ବିଡିଓ ରାଜେନ୍ଦ୍ର ମାଝି, ଜିଲ୍ଲା ନିୟୋଜନ ଅଧିକାରୀ ରାଜେନ୍ଦ୍ରପ୍ରକାଶ ଟେଟେ, ଅତିରିକ୍ତ ବିଡିଓ ନୃସିଂହ ପଟ୍ଟନାୟକ ଓ ଉପାଧ୍ୟକ୍ଷ ମୀନତି ବାଚେଲି ପ୍ରମୁଖ ମଞ୍ଚାସୀନ ଥିଲେ । ଗ୍ରାମାଞ୍ଚଳରେ ବେକାରୀ ଯୁବକ ଓ ଯୁବତୀଙ୍କୁ ଉପଯୁକ୍ତ ତାଲିମ ହାସଲ କରି ଆର୍ଥିକ ଓ ସମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସାମ୍ପ୍ରତିକ ସ୍ଥିତିରେ ନିହାତି ଆବଶ୍ୟକ ବୋଲି ଆଲୋଚନା ହୋଇଛି । ୨୮୦ ଗ୍ରାମ ପଞ୍ଚାୟତରୁ ୧୦୧୨ଜଣ ଯୁବକ ଓ ଯୁବତୀ ଯୋଗ ଦେଇଥିବାବେଳେ ୨୫୭ଜଣ ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା ଦ୍ୱାରା ବିଭିନ୍ନ ଟ୍ରେଡରେ ମନୋନୀତ ହୋଇଥିବା ସୂଚନା ମିଳିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ