

ରାୟଗଡ଼ା(ସମୃଦ୍ଧ ଓଡିଶା)ରାୟଗଡ଼ା ଜିଲ୍ଲାରେ ମଙ୍ଗଳବାର ମଧ୍ୟରାତ୍ରରୁ ଲକ୍ ଡାଉନ ନିମନ୍ତେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଓ ପରେ ପରେ ରାଜ୍ୟ ସରକାର ଘୋଷଣା ପରେ ଜିଲ୍ଲା ପ୍ରଶାସନ ଏହାକୁ କଡାକଡି ଭାବେ ଲାଗୁ କରିବା ନିମନ୍ତେ ତତ୍ପର ହୋଇ ଉଠିଛି । ଏ ନେଇ ସାଧାରଣ ଲୋକଙ୍କ ସମେତ ସହରର ସମସ୍ତ ଦୋକାନୀଙ୍କୁ ସଚେତନ କରିବା ସକାଶେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼.ଶର୍ବଣା ବିବେକ ଏମ ଆଜି ରାୟଗଡ଼ା ସହରର ସମସ୍ତ ଜନଗହଳିପୂର୍ଣ୍ଣ ବଜାର ବୁଲି ସ୍ଥିତି ସମୀକ୍ଷା କରିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବସ୍ଷ୍ଟାଣ୍ଡ, ମେନ ମାର୍କେଟ, ଓଭର ବ୍ରିଡ଼ଜ ତଳ ମାର୍କେଟ ଆଦି ଅଞ୍ଚଳ ପରିଦର୍ଶନ କରି ଜିଲ୍ଲାପାଳ ଆସନ୍ତା କାଲିଠାରୁ ସମସ୍ତ ଦୋକାନ ବଜାରକୁ ବନ୍ଦ ରଖିବାକୁ ସ୍ଥାନୀୟ ଦୋକାନୀଙ୍କୁ ପରାମର୍ଶ ଦେବା ସହିତ କରୋନା ମୁକାବିଲା ପାଇ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି । ସେହିପରି ଆଜି ଠାରୁ ସମସ୍ତ ଗାଡି ମଟର ଚଳାଚଳ ବନ୍ଦ ରହିବା ସହ ସକାଳ ୭ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାୟଗଡା ସହରରେ ଅତ୍ୟାବଶ୍ୟକ ସମାଗ୍ରୀ ବିକ୍ରି କରାଯିବ ବୋଲି ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ସମଗ୍ରୀର କଳାବଜାରୀକୁ ରୋକିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ଯେଉଁ ବ୍ୟବସାୟୀମାନେ କଳାବଜାରୀ କରିବେ ସେମାନଙ୍କ ଉପରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ