ରାୟଗଡ଼ା (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାର ରାୟଗଡାରେ ବିଧିବଦ୍ଦ ଭାବେ ନୂତନ ରେଳ-ଡିଭିଜନ କରିବା ନେଇ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ରାୟଗଡା ଜିଲ୍ଲାବାସୀ ଅନେକ ଆଶା ଆକାଂକ୍ଷା ନେଇ ସରକାରଙ୍କ ଘୋଷଣାକୁ ସ୍ବାଗତ ମଧ୍ୟ କରିଛନ୍ତି । ନୂଆରେଳ ଡିଭିଜନ ହେଲେ ଏହି ଅଞ୍ଚଳର ସମାଜିକ ଓ ଆର୍ଥିକ ବ୍ୟବସ୍ଥାରେ ନିଶ୍ଟୟ ଉନ୍ନତି ହେବ । ଏଥିପାଇଁ ରାୟଗଡା ଠାରେ ପର୍ଯ୍ୟାପ୍ତ ପରିମାଣରେ ଭିତ୍ତିଭୂମି ମଧ୍ୟ ରହିଛି । ଆମ ରାଜ୍ୟର ଦକ୍ଷିଣ ଓଡିଶାର ଅନ୍ୟ ଏକ ଅର୍ଥନୈତିକ ପ୍ରାଣକେନ୍ଦ୍ର ହେଉଛି ରାୟଗଡା ସହର । ପ୍ରଗତିର ଧାରାରେ ସାମିଲ ରାୟଗଡା ଠାରେ ୧୯୩୧ ମସିହାରେ ଏକ ରେଳ ଷ୍ଟେସନ ପ୍ରତିଷ୍ଠା ହୋଇଥିଲା । ଦୈନିକ ଏହି ରେଳ ପଥରେ ୬୦ ଗୋଟି ପାସେଞ୍ଜର ଟ୍ରେନ ଯିବା ଆସିବା କରୁଛି । ତାଛଡା ଖଣିଖାଦାନରେ ଭରଫୁର ଏହି ରାୟଗଡା ଜିଲ୍ଲା ଦେଇ ଦାମନଯୋଡିର ନାଲକୋ, ଟିକିରୀର ଉତ୍କଳ ଆଲୁମିନା, ଜେକେ ପେପର ମିଲ୍, ବେଦାନ୍ତ ଓ ଇମ୍ଫା କାରଖାନାର କଞ୍ଚାମାଲ ନେବାଆଣିବା ପାଇଁ ବ୍ୟବସାୟିକ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ରେଳ ଚଳାଚଳ ପାଇଁ ଏହା ବିଦ୍ୟୁତିଶକ୍ତିର ବ୍ୟବହାର ପାଇଁ ଏହା ବିଦ୍ୟୁତିକରଣ ମଧ୍ୟ କରାଯାଇଛି । ଏଥିନେଇ ବୁଦ୍ଦିଜୀବିମାନେ ବହୁତ ଖୁସି ଅଛନ୍ତି । ରାୟଗଡା ଠାରେ ରେଳ ବିଭାଗର ୨୫୦ରୁ ଅଧିକ ଏକର ଜମି ରହିଛି । ରେଳ ଡିଭିଜନ ପ୍ରତିଷ୍ଠା ହେଲେ ଏଠାରେ ପାଖାପାଖି ୧୧ ଗୋଟି ବିଭିନ୍ନ ରେଳ ବିଭାଗର ୫ହଜାର କର୍ମଚାରୀ ନୂତନ ଭାବେ ନିଯୁକ୍ତି ପାଇ ପରିବେ । ସେମାନେ ରହିବା ପାଇଁ ବାସଗୃହ, ବିଦ୍ୟାଳୟ, ଡାକ୍ତରଖାନା, କମ୍ୟୁନିଟି ସେଣ୍ଟର, ରାସ୍ତାଘାଟ ନିର୍ମାଣ ହେବ । ସେହିଭଳି ରାୟଗଡା ରେଳ ଷ୍ଟେସନରେ କେଣ୍ଟିନ, ଡରମିଟେରି, ରେଷ୍ଟିଙ୍ଗ ହଲ, ଭିଭିଆିପିଙ୍କ ପାଇଁ ସ୍ବତନ୍ତ ଶୀତତାପନିୟନ୍ତ୍ରଣ କୋଠରୀ, ଅଧିକା ଆଉ ୫ ଗୋଟି ପ୍ଳଟାଫର୍ମ, ଏସ୍କାଲେଟର, ବିଭିନ୍ନ ରିଫ୍ରେସମେଣ୍ଟ ଷ୍ଟଲ ନିର୍ମାଣ ହେବ । ତାସହିତ ପାସେନ୍ଞରଙ୍କ ପାଇଁ ଅତ୍ୟାଧୁନିକ ସବୁ ସୁବିଧା ମଧ୍ୟ ଉପଲବ୍ଧ ହେବ । ରାୟଗଡା ରେଳ ଡିଭିଜନର ପରିସିମା ବିଶାଖପାଟନମ ଡିଭିଜନର ଓଡିସା ସୀମା ଜମାଦେଇପେଣ୍ଠ, ସମ୍ବଲପୁର ଡିଭିଜନ ର ରାୟଗଡା-ଟିଟଲାଗଡ, କୋରପୁଟ ଜିଲ୍ଲାର କୋରାପୁଟ-ବିଶାଖପାଟନମ ରାସ୍ତାର ଆର୍କୁ ଏବଂ ପଡୋଶୀ ଛତିଶଗଡର ଜଗଦଲପୁର – କିରାଣ୍ଡୁଲ ପର୍ଯ୍ୟନ୍ତ ରହିବା ଆଶା କରାଯାଉଛି । ରାୟଗଡା ରେଳ ଡିଭିଜନ ପ୍ରତିଷ୍ଠାନେଇ ରେଳ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଜଣେ ନୋଡାଲ ଅଙିସର ଏଠାରେ ଡିଭିଜନ ପ୍ରତିଷ୍ଠା ନେଇ କାର୍ଯ୍ୟ କରିବେ । ତାଙ୍କ ତତ୍ବାବଧାନରେ ଇଞିନିଅରିଂ, ମେକାଲିକଲ, ସିଗନାଲିଂ ଆଣ୍ଡ ଟେକନିସିଅନ, ଟ୍ରେନ ଅପରେସନ, ଇଲେକ୍ଟିକାଲ, ପେରସୋନେଲ, କମ୍ୟୁନିକେସନ, ଆର୍.ପି.ଏଫ୍, ଇନଫ୍ରାଷ୍ଟକଚର ଓ ନିର୍ମାଣ ବିଭାଗ କାର୍ଯ୍ୟକ୍ଷମ ହେବ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ