

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲାର ଲୋକ ମହୋତ୍ସବ ଚଇତି ଓ ପଲ୍ଲିଶ୍ରୀ ମେଳା-୨୦୧୮ ଆସନ୍ତା୨୬ତାରିଖରେ ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିିଛି । ତେଣୁ ଏହି ମହୋତ୍ସବର ବହୁଳ ପ୍ରଚାର ପ୍ରସାର ନିମନ୍ତେ ସୋମବାର ସ୍ଥାନୀୟ ମା’ ମଝିଘରିଆଣୀ ମନ୍ଦିରଠାରେ ଚଇତି ରଥର ଶୁଭାରମ୍ଭ କରାଯାଇଛି । ଏଥିରେ ଜିଲ୍ଲାପାଳ ତଥା ଜିଲା ସଂସ୍କୃତି ପରଷଦି ଅଧ୍ୟକ୍ଷା ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଚଇତି ରଥର ପୂଜାର୍ଚ୍ଚନା କରବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ୫ ଦିନ ଧରି ଆୟୋଜିତ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ବ୍ଳକ, ପଞ୍ଚୟତଠାରୁ ଆରମ୍ଭ କରି ରାଜ୍ୟର ଅନେକ ଜିଲା ଓ ରାଜ୍ୟ ବାହାରରୁ କଳାକାର ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ଏହି ଚଇତି ରଥ ଜିଲାର ୧୧ ଟିବ୍ଳକ ପରିକ୍ରମା କରିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସୁଧାକର ଶବର, ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକ, ପିଏ ଆଇଟିଡିଏ ଟୁକୁ ବାରିକ, ଜିଲା ସଂସ୍କୃତି ଅଧିକାରୀ ତଥା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ଚଇତି କମିଟିର ସମସ୍ତ ସଭ୍ୟାସଭ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


