ରାୟଗଡା ‘ଚଇତି’ର ଚତୁର୍ଥ ସନ୍ଧ୍ୟାରେ ଛଉ, ବିହୁ ଓ ଢେମସାରେ ଦୁଲୁକିଲା ମଞ୍ଚ…

ଚଇତି ଅବସରରେ ପ୍ରକାଶିତ ହେଉଥିବା ’ଚଇତାଳି’ ପୁସ୍ତିକାର ଉନ୍ମୋଚନ କରାଗଲା ।

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ଥିତ ଜି.ସି.ଡ଼ି ପଡିଆରେ ଶନିବାର ଲୋକ ମହୋତ୍ସବ ‘ଚଇତି’ର ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଷ୍ଟଲ ମାନଙ୍କରେ ବହୁତ ଭିଡ଼ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ସ୍ଥିତ ଇଏମଆରପି ଷ୍ଟୁଡିଓର ସୁନାମଧନ୍ୟ କାଳାକାରମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । କାଶୀପୁରରୁ ଆସିଥିବା ସ୍ୱତନ୍ତ୍ର ବିକାଶ ପରିଷଦର କାଳାକାରମାନେ ଢ଼େମଶା, ରାଜ୍ୟ ସାଂସ୍କୃତିକ ପରିଷଦ ପକ୍ଷରୁ ଛଉ, ଏଲପିଏସ ଜେକେପୁର ପକ୍ଷରୁ ବିହୁ, ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଆଦିବାସୀ ନୃତ୍ୟ, ମା’ ମଝିଘରିଆଣୀ ନୃତ୍ୟ ଅନୁଷ୍ଠାନର କିନ୍ନରମାନଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ, ଦେବଗଡ ସାଂସ୍କୃତିକ ପରିଷଦ ଜାଗରଣ ଆର୍ଟ ଇଣ୍ଟରନ୍ୟାସନଲର କାଳାକାରମାନଙ୍କ ଦ୍ୱାରା ଆମ ପରମ୍ପରା ସମ୍ପର୍କୀତ ନୃତ୍ୟ, ଅଜାଦ ହିନ୍ଦ ଆସୋସିଏସନ ପକ୍ଷରୁ ଆଦିବାସୀ ଲୋକ ନୃତ୍ୟ ପରିବେଷଣ ସହ କାଶୀପୁରର କାଳାକାରଙ୍କ ଢ଼େଲନିଶାନର ତାଳେ ତାଳେ ମଞ୍ଚ ଦୁଲୁକି ଥିଲା । ଗଜପତିରୁ ଆସିଥିବା ସୌରା ନୃତ୍ୟ, ସଂସ୍କୃତି ମହିଳା ଅନୁଷ୍ଠାନ ପକ୍ଷରୁ ବିହୁ, ସୁରେଶ ସାହୁଙ୍କ ଦ୍ୱାରା ଢ଼ୋଲ ନିଶାଣ ମହୁର ନୃତ୍ୟ ଏବଂ ନବୀନ ଡ୍ୟାନ୍ସ ଗ୍ରୁପ ଦ୍ବାରା ରାଜସ୍ଥାନୀ ନୃତ୍ୟ ମଞ୍ଚରେ ପରିବେଷଣ ହୋଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବେ ଜେକେ କାଗଜ କଳର ନିର୍ବାହୀ ଉପସଭାପତି ପୱନକୁମାର ସୁରୀ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନଲ ପ୍ରକଳ୍ପ ମୁଖ୍ୟ ତଥା ସଭାପତି ଏନ.ନାଗେଶ, ଥେରୁବାଲି ଇମ୍ଫା କାରଖାନାର ଉତ୍ପାଦନ ବିଭାଗ ଉପସଭାପତି କେ.ଭେଙ୍କେଟଶ୍ୱର ରାଓ ଓ ଲୋକ ସମ୍ପର୍କ ବିଭାଗର ସାଧାରଣ ପ୍ରବନ୍ଧକ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ ବେଦାନ୍ତ ଆଲୁମିନା ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ, ଲାରସନ ଓ ଟ୍ୟୁବ୍ରୋ କମ୍ପାନୀର ବରିଷ୍ଠ ଉପ ସାଧାରଣ ପ୍ରବନ୍ଧକ ସୁମିତ ଗାଙ୍ଗୁଲ ବିଭିନ ସମୟରେ ମଞ୍ଚାସୀନ ହୋଇ ଜିଲାର କାଳା ସଂସ୍କୃତିକୁ ଜୀବନ୍ତ କରି ରଖିବା ପାଇଁ ସେମାନଙ୍କ ପକ୍ଷରୁ ସବୁବେଳ ସହାୟତର ହାତ ରହିଛି ବୋଲି କହିଥିଲେ। ସେହିପରି ଚଇତି ଅବସରରେ ପ୍ରକାଶିତ ହେଉଥିବା ’ଚଇତାଳି’ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା । ସେହିପରି ରିତେଶ ଅଗ୍ରୱାଲ ରାୟଗଡା ମହିଳା ମହାବିଦ୍ୟାଳୟର ଜାତୀୟସ୍ତରର ଶ୍ରେଷ୍ଠ ଏନ.ସି.ସି ଅଫିସର ଲେଫ୍ଟନାଂଟ ରୀତରାଣୀ ମିଶ୍ର ଓ ପ୍ରଥମ ଝଡ଼ିଆ ସଂପ୍ରଦାୟର ମହିଳା ଭାବେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦାନ କରିଥିବା ସୁଶ୍ରୀ ପ୍ରଭାତୀ ଝଡ଼ିଆଙ୍କୁ ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପାରିଷଦର ଅଧ୍ୟକ୍ଷା ଶ୍ରୀମତୀ ଗୁହା ପୁନମ ତାପସ କୁମାର ଚଇତି ସମ୍ମାନରେ ସମ୍ମାନୀତ କରିଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ

ସୁଶ୍ରୀ ପ୍ରଭାତୀ ଝଡ଼ିଆଙ୍କୁ ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପାରିଷଦର ଅଧ୍ୟକ୍ଷା ଶ୍ରୀମତୀ ଗୁହା ପୁନମ ତାପସ କୁମାର ଚଇତି ସମ୍ମାନରେ ସମ୍ମାନୀତ କରୁଛନ୍ତି ।
ଜାତୀୟସ୍ତରର ଶ୍ରେଷ୍ଠ ଏନ.ସି.ସି ଅଫିସର ଲେଫ୍ଟନାଂଟ ରୀତରାଣୀ ମିଶଙ୍କୁ ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପାରିଷଦର ଅଧ୍ୟକ୍ଷା ଶ୍ରୀମତୀ ଗୁହା ପୁନମ ତାପସ କୁମାର ଚଇତି ସମ୍ମାନରେ ସମ୍ମାନୀତ କରୁଛନ୍ତି ।
ଚଇତିରେ ଯୋଗଦେଇଥିବା ଅତିଥିମାନେ ।