

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ପୂର୍ବତନ ସି. ଡି. ଏମ. ଓ ଡଃ. ଶିବ ପ୍ରଶାଦ ପାଢିଙ୍କ ଆଜି ଦେହାନ୍ତ ହୋଇଛି । ସେ କିଛିବର୍ଷ ଧରି କର୍କଟ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ । ଗତ ୧୩ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ତେବେ ଆଜି ଗୋଟିଏ ବେଳେ ଚିକିତ୍ସାଧୀନ ଅବସ୍ଥାରେ ବାଙ୍ଗାଲୋର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ସ୍ତ୍ରୀ ପୁଅ ଓ ଝିଅ ଉପସ୍ଥିତ ରହିଥିଲେ । ସ୍ୱର୍ଗତ ପାଢ଼ୀଙ୍କ ପାର୍ଥିବ ଶରୀରକୁ ସ୍ଵତନ୍ତ୍ର ବିମାନ ଯୋଗେ ବିଶାଖାପାଟଣା ଅଣାଯାଉଛି । ସେଠାରୁ ଆମ୍ବୁଲାନ୍ସ ଯୋଗେ ରାୟଗଡା ଅଣାଯିବ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ