

ରାୟଗଡା (ସମୃଦ୍ଧ ଓଡିଶା) ଚୋରି ଅଭିଯୋଗରେ ରାୟଗଡା ପୋଲିସ ଦୁଇ ଜଣକୁ ଗିରଫ୍ କରିବାରେ ସଫଳ ହୋଇଛି । ସେମାନେ ହେଲେ ରାୟଗଡା ସହରାଞ୍ଚଳର ମହାଦେବ ସାଇ ଓ ଗଣେଜ କାଡ୍ରାକା । ସେମାନଙ୍କ ଠାରୁ ପୋଲିସ ୩ ଭରି ସୁନା ସହ, ରୂପା ଅଳଙ୍କାର, ଟିଭି, ମୋବାଇଲ୍ ଓ କ୍ୟାମେରା ଇତ୍ୟାଦି ଜବତ କରିଛି । ଗତ ୨୧ତାରିଖ ଦିନ ଏହି ଅଭିଯୁକ୍ତମାନେ ରାୟଗଡା ସାଇପ୍ରୀୟା ନଗର ଅଞ୍ଚଳର କେ.ଭି.ରମେଶ କୁମାରଙ୍କ ଘରେ ପସି ଲୁଟ୍ କରିଥିଲେ । ଏନେଇ ସଦର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ପରେ ଅନ୍ୟ ଏକ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଗିରଫ୍ କରିଛି । ତେବେ ଏହି ଗ୍ୟାଙ୍ଗ୍ ରେ ଅନ୍ୟ ମାନଙ୍କ ସଂପୃକ୍ତିକୁ ନେଇ ପୋଲିସ ପଚରାଉଚରା କରୁଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


