

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସହର ବର୍ତ୍ତମାନ ଅସାମାଜିକ ବ୍ୟକ୍ତିମାନଙ୍କ କବଳକୁ ଚାଲିଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଫଳରେ ରାୟଗଡା ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପୋଲିସର ନିଦ ହଜିଯାଉଛି । ସୂଚନାଯୋଗ୍ୟ ଯେ, ରାୟଗଡା ସହରରେ ଗତକାଲି ଏକ ବଡ଼ଧରଣର ହତ୍ୟାକାଣ୍ଡରେ ଜଣେ ଯୁବକ ନିହତ ହୋଇଥିବା ବେଳେ ଆଜି ପୁଣି ସହରର ବିଚ୍ ରାସ୍ତା ଉପରେ ଦିନ ଦିପହରରେ ଏକ ହତ୍ୟାକାଣ୍ଡ ଘଟିଥିବା ଯୋଗୁଁ ପୋଲିସର ମୁଣ୍ଡବ୍ୟଥା ବଢ଼ାଇନେଇଛି । ଜନୈକ ଅସାମାଜିକ ବ୍ୟକ୍ତି ଭଙ୍ଗା କାଚ ବୋତଲରେ ଜଣେ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପେଟ ଓ ବେକରେ ଆକ୍ରମଣ କରିବା ଭଳି ଘଟଣା ଆଜି ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା ଘଟଣା ଉଦ୍ୟମରେ ଆହତ ଯୁବକ ଘାୟଲ ହୋଇଯାଇଛି । ଗୁରୁତର ଯୁବକ ହେଲେ ଫରେଷ୍ଟ କୋଲନିର ରଫିଆ ମିଣିଆକା । ପେଟରେ ଓ ବେକରେ ଘଭିର ଆଘାତ ଲାଗିଥିବା ଯୋଗୁଁ ରଫିଆ ଗୁରୁତର ଅବସ୍ଥାରେ ପ୍ରେସ କ୍ଲୋବ ନିକଟରେ ପଡି ରହିଥିଲେ । ସ୍ଥାନୀୟ ଲୋକେ ରକ୍ତାତ ଅବସ୍ଥାରେ ଗୁରୁତର ଆହତ ହୋଇ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ ସହ ଜଣକୁ ଅଟକ ରଖି ପଚାର ଉଚାର କରୁଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

