
ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡା ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର ଆଇ ଏ ଏସଙ୍କୁ ସାଧାରଣ ପ୍ରସାଶନ ବିଭାଗୀୟ ପତ୍ର ସଂଖ୍ୟା ୪୧୬୭ ଏଆଇଏସ ତାରିଖ ୦୯. ୦୨.୨୦୧୯ରେ ଜଗତସିଂପୁର ଜିଲ୍ଲାକୁ ଜିଲ୍ଲାପାଳ ରୂପେ ବଦଳି କରାଯାଇଛି । ଠିକ ସେହିପରି ରାୟଗଡାର ନୂତନ ଜିଲ୍ଲାପାଳ ରୂପେ ଶ୍ରୀ ପ୍ରମୋଦ କୁମାର ବେହେରା ଓ ଏଏସ (ଏସଏଜି ) ଯେକି ମାନ୍ୟବର ମନ୍ତ୍ରୀ ପୂର୍ତ୍ତ, ଷ୍ଟିଲ ଖଣିଙ୍କ ପିଏସ ରୂପେ କାର୍ଯ୍ୟ କରୁଥିଲେ । ରାୟଗଡାର ନୂତନ ଜିଲ୍ଲାପାଳ ରୂପେ ଓଡିଶା ସରକାରଙ୍କ ସାଧାରଣ ପ୍ରସାଶନ ବିଭାଗ ପତ୍ର ସଂଖ୍ୟା ୪୧୭୧ ଏଆଇଏସ ତାରିଖ ୦୯. ୦୨. ୨୦୧୯ ନିର୍ଦେଶ ଦିଆଯାଇଥିଲା । ଆଜି ନୂତନ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିଜ କାର୍ଯ୍ୟରେ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ