ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ପ୍ରଶାସନର ଆଂଚଳିକ ପରିବହନ ବିଭାଗ ଓ ଜିଲ୍ଲା ପୋଲିସ ପ୍ରଶାସନର ମିଳିତରେ ଅନୁଷ୍ଠିତ ୩୦ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଗତକାଲି ସକାଳ ୮ଟା ସମୟରେ ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଉକ୍ତ ବିଦ୍ୟାଳୟର ଏନସିସି ଉଇଙ୍ଗିର ଆର୍ମୀ ଓ ଏୟାରଉଇଙ୍ଗ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଜିସିଡି ପୋଡ଼ିଆରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ରାୟଗଡା ଏସଡିପିଓ ରାଜ କିଶୋର ଦାସ ଓ ସମ୍ମାନୀତ ଅତିଥି ଭାବେ ରାୟଗଡା ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା ଯୋଗ ଦେଇ ସଡକ ସୁରକ୍ଷା ସମ୍ବନ୍ଧୀତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ । ସେହିପରି କାର୍ଯ୍ୟକ୍ରମକୁ ମୋଟର ଯାନ ନିରୀକ୍ଷକ ଶିବ ପ୍ରସାଦ ଚୋଧୁରୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିସିଡି ଉଚ୍ଚ ବିଦ୍ୟାଳୟର ଏନସିସି ଅଫିସର ଅଶାେକ କୁମାର ଦାସ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ରାୟଗଡା ଥାନା ପୋଲିସ ଏସ.ଆଇ. ଶୁଶାନ୍ତ ବେହେରା ମଂଚାସୀନ ହୋଇଥିଲେ । ଗତ ୪ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ଏହି ସଡକ ସୁରକ୍ଷା ସପ୍ତାହ ପାଳିତ ହେଉଥିଲା । ପ୍ରଥମ ଦିନରେ ସଡକ ସୁରକ୍ଷାକୁ ନେଇ ସଚେତନତା ଉପଦେଶ ପାଇଁ ଏକ ଲଟେରୀ ଉଠାଣ ପ୍ରତିଯୋଗିତା କରାଯାଇଥିଲା । ଏଥରେ୪ଜଣ କୃତୀ ପ୍ରତିଯୋଗିଙ୍କୁ ପ୍ରଶଂସାପତ୍ର ଓ ହେଲମେଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ