ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଶରେ ସୋନିଆ ଗାନ୍ଧୀଙ୍କ ଉପରେ କଟୁ ମନ୍ତବ୍ୟ ଦେଇ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ବିଭିନ୍ନ ସ୍ଥାନରେ ତାଙ୍କ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ରର ପାଲଘରରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସେ କଂଗ୍ରେସ ଅଧକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନୀରବତାକୁ ନେଇ ଆଙ୍ଗୁଳି ଦେଖାଇ କଟୁ ମନ୍ତବ୍ୟ ଦେଇଥିଲେ । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୁଦ୍ଧରେ ଥାନା ମାନଙ୍କରେ ଏଫଆଇଆର ଦିଆ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ବଲାଙ୍ଗୀର ଥାନାରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏଫଆଇଆର ଦାଖଲ କରିଥିବା ବେଳେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତାଙ୍କର ଏଫଆଇଆର ଦେଇଛନ୍ତି । ସେହିଭଳି କଂଗ୍ରେସ ଅଧକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା Republic tvର Editor in Chief ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ଆଜି ଜିଲ୍ଲା କଂଗ୍ରେସ ତରଫରୁ ବ୍ରହ୍ମପୁର ଟାଉନ ଥାନାରେ ସକାଳ ୧୧ଘଣ୍ଟା ସମୟରେ ଏଫଆଇଆର ଦିଆଯାଇଛି । ଗଞ୍ଜାମ କଂଗ୍ରେସ ପକ୍ଷରୁ ରାଷ୍ଟ୍ରଦ୍ରୋହି ଓ ଦଲାଲ ବୋଲି ଆକ୍ଷେପ କରି ଅର୍ଣ୍ଣବ ଗୋସ୍ୱାମୀକୁ ଗିରଫ କରିବାକୁ ଦାବୀ କରି ବ୍ରହ୍ମପୁର ଟାଉନ ପୋଲିସ ଥାନାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯକାରୀ ସଭାପତି ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଭୋକାଲି ସେଠି, ଉଦିୟ ପାଣିଗ୍ରାହୀ, ସାଇ ପ୍ରସାଦ ପତ୍ର ପ୍ରମୁଖ ଏଫଆଇଆର ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା