ଭୁବନେଶ୍ବର(ସମୃଦ୍ଧଓଡିଶା)ସ୍ଥାନିୟ ସାଲିଆ ସାହି ଏକାମ୍ର ନଗର ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ରୂପାୟନ” ତରଫରୁ ବିଶ୍ବ ମାନବାଧିକାର ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ଯ ଅତିଥି, ବୈଦିକ ବିଶ୍ବ ବିଦ୍ୟାଳୟର କୁଳପତି ଡଃ. ହରିହର କାନୁନଗୋ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇଥିଲେ। ମୁଖ୍ଯ ଅତିଥି ଶ୍ରୀ ମିଶ୍ର ତାଙ୍କ ଅଭିଭାଷଣରେ ପ୍ରତ୍ୟେକ ମଣିଷର ବଞ୍ଚିବାର ଅଧିକାର ରହିଛି ସେହିପରି ମହିଳା ମାନଙ୍କର ମଧ୍ଯ ମତବ୍ୟକ୍ତ କରିବାର ଅଧିକାର ସବୁ କ୍ଷେତ୍ରରେ ରହିଛି ବୋଲି ମତବ୍ୟକ୍ତ କରିଥିବା ବେଳେ ମୂଖ୍ଯ ବକ୍ତା ଡଃ. କାନୁନଗୋ, ମାନବିକତା, ମାନସିକତା ଓ ମୂଲ୍ୟବୋଧ ଉପରେ ମଣିଷ ଯେତେବେଳେ ଗୁରୁତ୍ବ ପ୍ରଦାନ କରିବ ସେତେବେଳେ ଯାଇ ମାନବାଧିକାର ଦିବସର ସାର୍ଥକ ପ୍ରତିପାଦନ ହେବ ବୋଲି କହିଥିଲେ। ଅନୁଷ୍ଠାନର ମୂଖ୍ଯ ଶ୍ରଦ୍ଧାଞ୍ଜଳୀ ରାୟ କହିଥିଲେ ଯେ ମଣିଷ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅଧିକାରକୁ ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ କର୍ତ୍ତବ୍ଯକୁ ମଧ୍ଯ ସୁଚାରୁ ରୂପେ ପ୍ରତିପାଦନ କରିବା ମାନବାଧିକାର ଦିବସର ମୂଳ ଲକ୍ଷ, ଏପରିକି ଏହି ଅନୁଷ୍ଠାନ ଦିର୍ଘ ୨୫ବର୍ଷ ଧରି ପ୍ରତ୍ୟେକ ଜିଲ୍ଲାରେ ମହିଳା, ଶିଶୁ ବିକାଶ, ସାହିତ୍ୟ ଓ ସଂସ୍କୃତି ଉପରେ କାମ କରି ଆସିଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ତାପସ କୁମାର ସାହୁ, ଆଶୁତୋଷ ଦାସ, ଅଜିତ ନାୟକ, ମମତା ସାହୁ, ମନୋଜ ହରିଚନ୍ଦନ, ଲଳିତେନ୍ଦୁ ପଲାହରି, ଲଳିତ ମଞ୍ଜରୀ ବେହେରା, ପ୍ରମିଳା ବେହେରା, ସୃତିରେଖା ନାୟକ, ଗୀତାଞ୍ଜଳି ଜେନା, ମିନତୀ ଦାସ, କାଳନ୍ଦୀ ପ୍ରଧାନଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିବା ବେଳେ ଶେଷରେ ଅନୁସୟା ସାହୁ ସମସ୍ତଙ୍କୁ ଧନ୍ଯବାଦ ଦେବା ସହ ସଭାସଙ୍ଗ ଘୋଷଣା କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର