ରୂପାୟନରେ ପାଳିତ ହେଲା ୭୮ତମ ସ୍ବାଧୀନତା ଦିବସ

ବାଲେଶ୍ବର(ସମୃଦ୍ଧଓଡିଶା)ସ୍ଥାନିୟ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରୂପାୟନ ତରଫରୁ ୭୮ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଶ୍ରଦ୍ଧାଞ୍ଜଳି ରାୟଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମୀରା ଜଟାନିୟା, ମୁଖ୍ୟ ବକ୍ତା ଭାବେ ଡଃ. ରାଧାରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ। ଏହି ଅବସରରେ ଦେଶାତ୍ମକବୋଧକ ଗୀତ ଓ ଭଜନ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ଡଃ. ଉମାକାନ୍ତ ଦାସ, ଫିଲ୍ମ ନିର୍ଦ୍ଦେଶକ ମାଧବାନନ୍ଦ ପରିଡା, ଡଃ. ବିଜୟ ପଣ୍ଡା, ସୁଜାତା ପଣ୍ଡା, ଆଇନଜୀବି ବିଜୟ କୁମାର ପାଣିଗ୍ରାହୀ, ଆଇନଜୀବି ନୃସିଂହ ଦାସମହାପାତ୍ର, ଆଇନଜୀବି ନିରଞ୍ଜନ ପରିଡା, ଆଇନଜୀବି ସୁଧାଂଶୁ ଦାସ, କବି ଅଭୟ ଦାସ, ଦାମଦର ନାୟକ, ରିତା ମିଶ୍ର, ବେବି ରାଣୀ ଦାସ, ଉମାକାନ୍ତ ପରିଡା, ସାଗର ଦାସ, ପ୍ରତିମା ପଣ୍ଡା, ଜୋସ୍ନା ସେନାପତି, ଗୌତମୀ ଦାସ, ପୁଷ୍ପା ମଲ୍ଲିକ, ସନ୍ତୋଷ ନାୟକ, ସଞ୍ଜୁକ୍ତା ମଲ୍ଲିକ, ଜୋସ୍ନା ମଲ୍ଲିକ, ରାମେଶ୍ଵର ବେହେରା, ମଧୁସ୍ମିତା ପରିଡ଼ା, ସ୍ନେହଲତା ରୟ, ଦମୟନ୍ତି ପଣ୍ଡା, ବନ୍ଦିତା ଚୌଧୁରୀ, ଅମରେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ତାପଷ ସାହୁ ଧନ୍ୟବାଦ ଅର୍ପଣ କରିବା ସହ ସଭାସଙ୍ଗ ଘୋଷଣା କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର